ଓଡିଶା

ବାଇକକୁ ଧକ୍କା ଦେଲା ଟ୍ରକ, ଦୁଇଜଣ ମୃତ

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ତାଳସରଡ଼ା ନିକଟରେ ଅଭାବନୀୟ ଘଟଣା ଘଟିଛି । ସେଠାରେ ଏକ ବାଇକକୁ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ କେଶବ ପେରା ତାଙ୍କ ସମୁଦୁଣୀ ଋକ୍ମଣି ରଣବିଡ଼ାଙ୍କୁ ବାଇକରେ ବସାଇ ସୋନପୁର ପଟକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ କେଶବଙ୍କ ବାଇକକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଉଭୟ ସମୁଦି ଓ ସମୁଦୁଣୀଙ୍କ ମୃତ୍ୟୁ ହୋଇଥିଲା।ଏହାପରେ ମୃତକଙ୍କ ଗାଁ ଲୋକେ ଉତ୍ତ୍ୟକ୍ତ ହୋଇ ଟ୍ରକ ଡ୍ରାଇଭରକୁ ମାଡ଼ ମାରିବା ସହ ମୃତକଙ୍କ ପରିବାର ଓ ଗ୍ରାମବାସୀମାନେ କ୍ଷତିପୂରଣ ଦାବିରେ ଶବ ରଖି ରାଜପଥକୁ ଅବରୋଧ କରିଥିବା ଜଣାପଡ଼ିଛି। ଖବର ପାଇ ବାଉଁଶୁଣି ଥାନା ପୁଲିସ ସେଠାରେ ପହଞ୍ଚିଛି ।

Related posts

ନକ୍ସଲଙ୍କ ହିଂସାକାଣ୍ଡ; ଇନ୍ ଫର୍ମର ସନ୍ଦେହରେ ତିନିଙ୍କୁ ହତ୍ୟା 

mahabharatanews

ବନ୍ୟା ପ୍ରପୀଡିତଙ୍କ ପାଇଁ ୩ ଶହ କୋଟି ଟଙ୍କାର ପ୍ୟାକେଜ୍

mahabharatanews

ଆସନ୍ତା ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେବ ଶିମିଳିପାଳ ଅଭୟାରଣ୍ୟ

mahabharatanews