ଓଡିଶା

ପାରା-କୁକୁର ଛୁଆ ବନ୍ଧୁତ୍ୱ, ସୋସିଆଲ ମିଡିଆରେ ଭାଇରାଲ

(ମହାଭାରତ): ଗୋଟିଏ ପ୍ରଜାତିର ପ୍ରାଣୀଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହେବା ସାଧାରଣ କଥା । ତେବେ ଭିନ୍ନ ଭିନ୍ନ ପ୍ରାଣୀଙ୍କ ମଧ୍ୟରେ ବନ୍ଧୁତ୍ୱ ଦେଖାଯିବା ଏକ ନିଆରା ସମ୍ପର୍କ । ନ୍ୟୁୟର୍କର ରୋଚେଷ୍ଟରରେ ଥିବା ଏକ ଉଦ୍ଧାରକାରୀ ସଂଗଠନ ମିଆ ଫାଉଣ୍ଡେସନରେ ଥିବା ପାରା ଏବଂ କୁକୁର ଛୁଆ ମଧ୍ୟରେ ରହିଥିବା ବନ୍ଧୁତ୍ୱ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସପ୍ତାହର ଧଳା ରଙ୍ଗର କୁକୁର ଛୁଆ ଲୁଣ୍ଡିର ପଛ ଗୋଡ ସ୍ୱାଭାବିକ ଭାବେ କାମ କରୁ ନାହିଁ । କୁକୁର ଛୁଆଟି ଉଡିପାରୁ ନଥିବା ହେରମାନ ସହିତ ବନ୍ଧୁତା କରିଛି । ମିଆ ଫାଉଣ୍ଡେସନ ପକ୍ଷରୁ ଦୁଇ ବନ୍ଧୁଙ୍କ ଫଟୋ ଏବଂ ୧୪ ସେକେଣ୍ଡର ଏକ ଭିଡିଓ ଫେସବୁକ୍ରେ ଶେୟାର କରାଯାଇଛି । ଇତିମଧ୍ୟରେ ଫଟୋକୁ ୪୫ ହଜାରରୁ ଅଧିକ ଥର ଶେୟାର କରାଯାଇଥିବାବେଳେ ଭିଡିଓକୁ ଲକ୍ଷେ ୧୯ହଜାର ୬ଶହ ୭୫ଥର ଦେଖାଯାଇଛି । ଏହାକୁ ୨୧ହଜାରରୁ ଅଧିକ ଲାଇକ୍ ମିଳି ସାରିଛି ।

Related posts

ଜୁଲାଇ ୧୬ ସକାଳ ୫ଟା ଯାଏ ଆଂଶିକ ଲକଡାଉନ

mahabharatanews

୩ ଦିନ ଧରି ବିଧାୟକଙ୍କ କରୋନା ଟେଷ୍ଟ

mahabharatanews

ପୁଣି ଡେଲାଙ୍ଗରେ ବୋମା ମାଡ

mahabharatanews

Leave a Comment