ଓଡିଶା

ବିଭିନ୍ନ ସମସ୍ୟା ନେଇ ଧାରଣାରେ ବସିଲେ ମହିଳା

ଜୟନ୍ତ ସେଠୀ/ ଗୋପ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ମୁନିଦା ଗ୍ରାମ ପଞ୍ଚାୟତର ଅଳଉତା ଗ୍ରାମକୁ ବ୍ଳକ ପ୍ରଶାସନ ପକ୍ଷରୁ କଣ୍ଟମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଏହାରି ମଧ୍ୟରେ କିନ୍ତୁ ଗ୍ରାମବାସୀମାନେ ବିଭିନ୍ନ ଦାବୀ ନେଇ ଧାରଣା ଦେଇଛନ୍ତି । ଗ୍ରାମର ମହିଳା ଓ ପୁରୁଷମାନେ ଗ୍ରାମକୁ ବିଶୋଧନ କରିବା, ସମସ୍ତଙ୍କର ସ୍ୱାବ ପରୀକ୍ଷା, ପାନୀୟ ଜଳ ଯୋଗାଣ, ବ୍ଳକ ବିଡିଓ, ସରପଞ୍ଚଙ୍କ ଲାଭକ୍ଷୋର ମନବୃତ୍ତି ପାଇଁ ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟନୁଷ୍ଠାନ ଦାବିରେ ଧାରଣା ଦେଇଛନ୍ତି । ପରେପରେ କୋଭିଡି -୧୯ ପାଇଁ ସ୍ୱତନ୍ତ ଭାବେ ନିଯୁକ୍ତି ହୋଇଥିବା ଏଡିଏମ ସୁବାଷ ଚନ୍ଦ୍ର ନାଥଶର୍ମା , ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ, ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ପ୍ରମୁଖ ଧାରଣା ଦେଇଥିବା ଅଳଉତା ଗ୍ରାମର ମହିଳା ଓ ପୁରୁଷ ମାନଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବିଜେପି ପୁରୀ ଜିଲ୍ଲା ସଭାପତି ଆଶିତ ପଟ୍ଟନାୟକଙ୍କ ସହିତ ମୁନିଦା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଦୁର୍ଗା ଚରଣ ରାଉତରାୟ ପହଞ୍ଚି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏ ସମ୍ପର୍କରେ ପୁରୀ ଜିଲ୍ଲାପାଳଙ୍କୁ ସମସ୍ତ ତଥ୍ୟ ଓ ଅବଗତ କରାଇବେ ବୋଲି ଏଡିଏମ ନାଥଶର୍ମା କହିବା ପରେ ଧାରଣାରତ ମହିଳା ମାନେ ଉଠିଥିଲେ।

Related posts

ହୋମଗାର୍ଡଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ସବ-ଇନ୍ସପେକ୍ଟର ଗିରଫ

mahabharatanews

କୋଭିଡ-୧୯ରେ ନାମ ପଞ୍ଜିକରଣକୁ ନେଇ ଆଶାକର୍ମୀଙ୍କୁ ମାଡ

mahabharatanews

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭ ଜନ୍ମଦିନ ଅବସରରେ ୧୦୮ଟି ଦୀପ ପ୍ରଜ୍ଜ୍ୱଳନ…

mahabharatanews