ଓଡିଶା

ପୋଲିସ ସହାୟତା କେନ୍ଦ୍ର ଉଦଘାଟିତ

(ମହାଭାରତ, ସୋନପୁର): ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ନୂତନ ପୋଲିସ ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଏହାର ଉଦ୍ଘାଟନ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡ଼. ଦିଲ୍ଲୀପ ପଣ୍ଡା, ଏସଡିପିଓ ମିହିର ପଣ୍ଡା ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଭିନ୍ନ ସମୟରେ ଡାକ୍ତରମାନଙ୍କ ଉପରେ ହେଉଥିବା ଆକ୍ରମଣ ଓ ରୋଗୀଙ୍କ ସମ୍ପର୍କିୟମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏହା ସହାୟକ ହେବ ବୋଲି ଏସପି କହିଛନ୍ତି । ଏହି ପୋଲିସ ସହାୟତା କେନ୍ଦ୍ରରେ ଜଣେ ଏଏସଆଇ, ଚାରି ଜଣ କନଷ୍ଟେବଲ ଓ ଚାରି ଜଣ ହୋମଗାର୍ଡ ଦାୟିତ୍ୱରେ ରହିବେ ବୋଲି ସେ ସୂଚନା ଦେଇଛନ୍ତି ।

Related posts

ଆସନ୍ତା ୩ଦିନ ଅସମ୍ଭାଳ ଗୁଳୁଗୁଳି ସହ ଖରା 

mahabharatanews

ଝାରସୁଗୁଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀ ଦୀପାଳି ଦାସ ଆଗୁଆ

mahabharatanews

ଡୁବୁରିଠାରେ ସଡକ ସୁରକ୍ଷା ସପ୍ତାହ ପାଳିତ

mahabharatanews

Leave a Comment