ଅପରାଧ

ଜୁଆ ଆଡ୍ଡାରେ ଚଢାଉ, ୩ ଗିରଫ

(ମହାଭାରତ, କୋରାପୁଟ): କୋରାପୁଟ ଜିଲ୍ଲାରେ ଜୁଆଡିଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢିବାରେ ଲାଗିଛି । ଏହା ଉପରେ ରୋକ ଲଗାଇବା ପାଇଁ ଜୁଆ ଆଡ୍ଡା ଗୁଡିକ ଉପରେ ଜିଲ୍ଲା ପୋଲିସ ଚଢାଉ ଅଭିଯାନ ଆରମ୍ଭ କରିଛି । ଜିଲ୍ଲାର ଝରିଗୁଡା ଜଙ୍ଗଲ ଏବେ ଜୁଆଡିଙ୍କ ଆଡ୍ଡା ପାଲଟିଥିବା ବେଳେ କୋରାପୁଟ ପୋଲିସ ଶୁକ୍ରବାର ଅଚାନକ ଭାବେ ଏଠାରେ ଚଢାଉ କରିଥିଲା । ତେବେ ଗୁରୁବାର ଭୋର ୪ଟା ବେଳେ ଜଣେ ଡିଏସପିଙ୍କ ନେତୃତ୍ୱରେ ଚଢାଉ ହୋଇଥିଲା । ଏହି ସମୟରେ ୧୫ ଜଣ ଏଠାରୁ ଚମ୍ପଟ ମାରିଥିଲେ । ଏହି ଅତର୍କିତ ଚଢାଉ ବେଳେ ୩ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି । ଏହାସହ ଜୁଆ ଆଡ୍ଡାରୁ ନଗଦ ୮୦ ହଜାର ୨୪୫ ଟଙ୍କା, ୫ଟି ମୋଟର ସ।।ଇକେଲ ଓ ଗୋଟିଏ କାର ଜବତ ହୋଇଛି । ପୋଲିସ ଗିରଫ ଜୁଆଡି ମାନଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।

Related posts

ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ଶିଶୁ ସୁରକ୍ଷା ବିଭାଗ ତଦନ୍ତ ପ୍ରକିୟା ଆରମ୍ଭ

mahabharatanews

୨ କେଜି ୪ ଶହ ଗ୍ରାମର ବ୍ରାଉନ ସୁଗାର ଜବତ

mahabharatanews

ସୁନା ପାଇଁ ଘରମାଲିକଙ୍କୁ ହତ୍ୟା କଲା ଭଡାଟିଆ

mahabharatanews