ଓଡିଶା

ପ୍ରଧାନମନ୍ତ୍ରୀ, ରକ୍ଷାମନ୍ତ୍ରୀଙ୍କୁ ମେଡାଗାସ୍କାର ରାଷ୍ଟ୍ରପତିଙ୍କ ଧନ୍ୟବାଦ

ଅନ୍ତ।ନାନାରିଭୋ: ମେଡାଗାସ୍କାର ରାଷ୍ଟ୍ରପତି ଅଣ୍ଡ୍ରି ରାଜୋଲିନ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ମେଡାଗାସ୍କାରରେ ହେ।।ଇଥିବା ବନ୍ୟା ସମୟରେ ଦେଇଥିବା ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହି ବନ୍ୟାରେ ପୂର୍ବ ଆଫିକାର ମେଡାଗାସ୍କାରର ୩୦ ଜଣଙ୍କ ମୃତ୍ୟୁ ହେ।।ଇଥିଲା ଓ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଆଣ୍ଡ୍ରି ମୋଦି ଓ ରାଜନାଥଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ମେଡାଗାସ୍କାର ବାସୀଙ୍କ ପାଖରେ ଠିଆ ହୋଇଥିବାରୁ ଓ ସହଯୋଗ ପାଇଁ ଆପଣଙ୍କୁ ଧନ୍ୟବାଦ ।

ସୂଚନାଯୋଗ୍ୟ, ପୂର୍ବା ଆଫ୍ରିକାର ମେଡାଗାସ୍କାରରେ ପ୍ରବଳ ବର୍ଷାରେ ବନ୍ୟା ସହ ଭୂସ୍କଳନ ହେ।।ଇଥିଲା । ଏଥିରେ ହଜାର ହଜାର ଲୋକ ଗୃହ ଚ୍ୟୁତ ହୋଇଥିବା ବେଳେ ୩୦ରୁ ଊଦ୍ଧ୍ୱର୍ଙ୍କ ମୃତ୍ୟୁ ହୋଇଥିଲା । ଗତ ସପ୍ତାହରେ ଭାରତୀୟ ନେଭୀ ଅପରେସନ ଭାନିଲାରେ ନାଭାଲ ଜାହାଜରେ ରିଲିଫ ସାମଗ୍ରୀ ନେଇ ମେଡାଗାସ୍କାର ଯାଇଥିଲା । ନେଭୀ ଚାଉଳ, ଚା, ରନ୍ଧା ତେଲ, ଅଟା, ଚକୋଲେଟ, କ୍ଷୀର ପାଉଡର, ବିସ୍କୁଟ, ଜାମ, ଛେନା ପରି ଖାଦ୍ୟ ପ୍ରଦାର୍ଥ ସହ କପଡା, ପଲିଥିନ, କମ୍ବଳ, ଜୋତା ଆଦି ଅତ୍ୟାବଶ୍ୟକ ରିଲିଫ ସାମଗ୍ରୀ ମେଡାଗାସ୍କାରରେ ବଣ୍ଟନ କରିଥିଲା । ଏହା ବ୍ୟତୀତ ମହାମାରି, ଥଣ୍ଡା ଜ୍ୱରକୁ ଦୃଷ୍ଟିରେ ରଖି ଔଷଧ ମଧ୍ୟ ଯୋଗ।।ଇ ଦିଆଯାଇଥିଲା ।

Related posts

୩ଦଫା ଦାବିରେ ରାଜପଥ ଅବରୋଧ

mahabharatanews

ପାଟଣା ଜାଗର ମହୋତ୍ସବରେ କେନ୍ଦୁଝରର ବିସ୍ମୟ ବାଳିକା

mahabharatanews

ଆସନ୍ତାକାଲିଠୁ ବଢିବ ବର୍ଷା 

mahabharatanews

Leave a Comment