ଓଡିଶା

ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ଗଭୀର ଅବପାତ

ଭୁବନେଶ୍ୱର: ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ଗଭୀର ଅବପାତ । ଗତ ୬ ଘଂଟା ହେବ ଏହା ସ୍ଥିର ରହିଛି । ଆଗାମୀ ୧୨ ଘଂଟା ମଧ୍ୟରେ ଆହୁରୀ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଗତକାଲି ଆନ୍ଧ୍ରର କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁଛି ଅସାନି । ଆଉ ରିକର୍ଭ କରିବା ପରେ ସମୁଦ୍ର ଭିତରେ ଗତି କରୁଛି । ସ୍ଥଳ ବିଶେଷରେ ଏହା ୭୫ କିମି ଛୁଇଁଥିଲା । ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ଉପରେ କଟକଣା ରହିଛି । ତେବେ ବାତ୍ୟା ଯୋଗୁ ଓଡ଼ିଶାରେ କୌଣସି ପ୍ରଭାବ ପଡ଼ିନାହିଁ । ସମସ୍ତ ବନ୍ଦରକୁ ବିପଦ ସଙ୍କେତରୁ ହଟାଇ ଦିଆଯାଇଛି । ଏହାପରେ ବର୍ଷା କମିବା ସହ ତାତି ବଢିବ ।

Related posts

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ଧାନ ବସ୍ତା

mahabharatanews

୧୩ରେ ପ୍ରବଳ ବର୍ଷା ସମ୍ଭାବନା; ‘ୟେଲୋ’ ଓ୍ଵାର୍ଣ୍ଣିଂଜାରି

mahabharatanews

ଡଙ୍ଗାର ଇନ୍ସୁରାନ୍ସ ଏବଂ ଫିଟନେସ ଦେଖି ଚିଲିକା ଯାତ୍ରା କରନ୍ତୁ

mahabharatanews