ଓଡିଶା

ବଜ୍ରପାତରେ ଜନିତ ଶିଶୁ ସହ ଦମ୍ପତି ଆହତ

(କଣିହାଁ,ଜ୍ୟୋତିରଂଜନ ଧର): ଅନୁଗୋଳ ଜିଲ୍ଲା ଏନଟିପିସି ଟାଉନ ଥାନା ଅଧିନସ୍ଥ ବିଜଗୋଳ ଗୋଲାଘର ସାହିରେ ଗତ ଶିନିବାର ବଜ୍ରପାତରେ ଶିଶୁ କନ୍ୟା ସହ ଦମ୍ପତି ଆହତ ହୋଇଛନ୍ତିା ଆହାତଙ୍କ ବନାମ ହେଉଛି ସନ୍ତୋଷ କୁମାର ନାଏକ(୫୦) ଓ ତାଙ୍କ ସ୍ତ୍ରୀ ରେଖା ନାଏକ(୪୦ବର୍ଷ) । ଏଥି ସହିତ ତାଙ୍କର ୫ବର୍ଷର ଶିଶୁ କନ୍ୟା ସଂଜ୍ଞାହୀନ ହୋଇଯାଇଥିଲେ । ଖବର ପାଇ ରବିବାର ଭୋର ସ୍ଥାନୀୟ ସମିତି ସଭ୍ୟା ବିନତୀ ନାଏକ ଘଟଣା ସମ୍ପର୍କରେ ପଚାରୀ ବୁଝିବା ସହିତ ରେଖାଙ୍କୁ ମେଡିକାଲ ଯାଇ ଚିକିତ୍ସା ପାଇଁ କହିଥିଲେ । ସନ୍ତୋଷଙ୍କ ଶରୀରରେ ସାମନ୍ୟ ପୋଡିଯାଇଥିବା ବେଳେ ରେଖାଙ୍କ ଶରୀର ବିଭିନ୍ନ ସ୍ଥାନ ପୋଡିଯାଇଥିଲା । ତେବେ ରେଖା ଆଜି କଣିହାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଚିକିତ୍ସିତ ହୋଇଛନ୍ତି । ରେଖାଙ୍କ ଘର ସମ୍ମୁଖରେ ଏକ ଶାଗୁଆନ ଗଛକୁ ବଜ୍ରପାତ ମାରିଥିଲା । ଗତକାଲି ବଜ୍ରପାତର ମାତ୍ରା ଏତେ ଅଧିକା ଥିଲା ଯେ, ରେଖାଙ୍କର ଘର ସମ୍ମୁଖରେ ଥିବା ଏହି ଶାଗୁଆନ ଗଛଟି ଦୁଇଫାଳ ହେବା ସହିତ ଗଛର ଛେଲି ଓ ଅନ୍ୟ ଅଂଶ ଛିଟିକି ଯାଇଥିଲା । ତେବେ ଗତକାଲି ଠାରୁ ବିଜୁଳି ସରବରାହ ବନ୍ଦ ଥିଲା । ଆଜି ସକାଳ ୮ଟାରେ ବିଦ୍ୟୁତ ଆସିବା ପରେ ଗୋଲାଘର ସାହି ଅଂଚଳ ବସ୍ତି ବାସିନ୍ଦାଙ୍କ ବିଭିନ୍ନ ପରିବାରର ଇଲେକ୍ଟୋନିକ୍ସ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିବା ଜଣାଯାଇଛି । ଅପରପକ୍ଷରେ ରେଖାଙ୍କ ପରିବାର ଅତି ଗରିବ, ଅସହାୟ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଅଧିବାସୀ ଦାବୀ କରିଛନ୍ତି ।

Related posts

ପୋଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ମାମଲା ରେ ୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମାରାଥନ୍‌ ଜେରା କଲା ସିବିଆଇ

mahabharatanews

ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଜଳିଗଲା ଆଲମିରା କାରଖାନା

mahabharatanews

ଅଙ୍ଗନୱାଡି କେନ୍ଦ୍ରରେ ପିଲାଙ୍କୁ ରନ୍ଧା ଖାଦ୍ୟ ନ ମିଳିବା ନେଇ ତାତିଲେ ଲୋକେ

mahabharatanews