(ମହାଭାରତ, କରଞ୍ଜିଆ): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ଭାଲୁହୁଡି ଜଙ୍ଗଲ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ଯାତ୍ରୀବାହୀ ବସ୍ ସହ ଗୋଟିଏ ବାଇକ୍ର ଧକ୍କା ହୋଇଛି । ଫଳରେ ବାଇକ୍ ଆରୋହୀ ଜଣକ ପ୍ରାଣ ହରାଇଛନ୍ତି । ମୃତକ ଯୁବକ ଜଣକଙ୍କ ଠାକୁରମୁଣ୍ଡା ବ୍ଲକ ଏଡେଲବେଡା ଗାଁର ତୁରାନ ହୋ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ରବିବାର ଯୁବକ ଜଣକ କୌଣସି କାମରେ ବାଇକ ନେଇ ଯାଉଥିଲେ । ଏହି ସମୟରେ ଭାଲୁହୁଡି ଜଙ୍ଗଲର ବୁଲାଣି ରାସ୍ତାରେ ପୂଜାରିଣୀ ନାମକ ଆସୁଥିବା ଏକ ଘରୋଇ ବସ ବାଇକର ଗୋଟିଏ ପାଶ୍ୱର୍ରେ ପିଟି ହୋଇ ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଫେରାର ହୋଇଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିଲେ । ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୫୦୦୦ ଓ ବସ୍ ମାଲିକଙ୍କ ତରଫରୁ ୧୫ ହଜାର ଟଙ୍କା ଦିଆଯିବା ପରେ ରାସ୍ତାରୋକ ହଟିଥିଲା ।
previous post