ଓଡିଶା

ବସ୍ ଧକ୍କାରେ ବାଇକ ଆରୋହୀ ମୃତ

(ମହାଭାରତ, କରଞ୍ଜିଆ): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ଭାଲୁହୁଡି ଜଙ୍ଗଲ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ଯାତ୍ରୀବାହୀ ବସ୍ ସହ ଗୋଟିଏ ବାଇକ୍ର ଧକ୍କା ହୋଇଛି । ଫଳରେ ବାଇକ୍ ଆରୋହୀ ଜଣକ ପ୍ରାଣ ହରାଇଛନ୍ତି । ମୃତକ ଯୁବକ ଜଣକଙ୍କ ଠାକୁରମୁଣ୍ଡା ବ୍ଲକ ଏଡେଲବେଡା ଗାଁର ତୁରାନ ହୋ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ରବିବାର ଯୁବକ ଜଣକ କୌଣସି କାମରେ ବାଇକ ନେଇ ଯାଉଥିଲେ । ଏହି ସମୟରେ ଭାଲୁହୁଡି ଜଙ୍ଗଲର ବୁଲାଣି ରାସ୍ତାରେ ପୂଜାରିଣୀ ନାମକ ଆସୁଥିବା ଏକ ଘରୋଇ ବସ ବାଇକର ଗୋଟିଏ ପାଶ୍ୱର୍ରେ ପିଟି ହୋଇ ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଫେରାର ହୋଇଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିଲେ । ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୫୦୦୦ ଓ ବସ୍ ମାଲିକଙ୍କ ତରଫରୁ ୧୫ ହଜାର ଟଙ୍କା ଦିଆଯିବା ପରେ ରାସ୍ତାରୋକ ହଟିଥିଲା ।

Related posts

ସମ୍ବିଧାନର ମୂଲ୍ୟବୋଧ ପ୍ରତି ସଚେତନ ରହି ନିଜର ମୌଳିକ କର୍ତ୍ତବ୍ୟକୁ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

mahabharatanews

ଗୋବିନ୍ଦପୁର ଗାଁରେ ସତ୍ୟ ସେବକ ଯୁବ ସଙ୍ଘର ବୃକ୍ଷ ରୋପଣ

mahabharatanews

ବିଭିନ୍ନ ଦାବି ନେଇ ମିଳିତ ଅମଲା ମଞ୍ଚର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ

mahabharatanews