ଓଡିଶା

ବିଭିନ୍ନ ସଂଗଠନ କର୍ମକର୍ତ୍ତାଙ୍କ ସହ ଜିଲ୍ଲାପାଳଙ୍କ ବୈଠକ

ସୁବର୍ଣ୍ଣପୁର: କରୋନା ସତର୍କତା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଜିଲ୍ଲାର ବିଭିନ୍ନ ମନ୍ଦିର ପୂଜକ, ସେବାୟତ ଓ କର୍ମକର୍ତ୍ତାଙ୍କୁ ନେଇ ବୈଠକ କରିଛନ୍ତି । ଏଥିରେ ଜିଲ୍ଳାପାଳ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ କରୋନ। ପାଇଁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଚଳିତ ମାସ ୨୦ ତାରିଖଠାରୁ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଦେବପୀଠରେ ଭକ୍ତଙ୍କ ଦର୍ଶନକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଏହି ସମୟ ମଧ୍ୟରେ ଦଣ୍ଡଯାତ୍ରା କିମ୍ବା କୌଣସି ଯାତ୍ରା ନ କରିବାକୁ କୁହାଯାଇଥିବା ବେଳେ କିନ୍ତୁ ରୀତିନୀତିରେ ଦେବକାର୍ଯ୍ୟ ସମ୍ପାଦନ ପାଇଁ କୁହାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସରତ ଚନ୍ଦ୍ର ପଣ୍ଡା କରୋନା ସତର୍କତା ପାଇଁ ଜିଲ୍ଲାରେ ଥିବା ସମସ୍ତ କଲ୍ୟାଣମଣ୍ଡପ, ଧର୍ମଶାଳା, ଧାର୍ମିକ ଅନୁଷ୍ଠାନ ଓ ପରସ୍ପର ଠାରୁ ଦେଢ ମିଟର ଦୂରତା ରକ୍ଷା କରିବା ସହ ନିୟମତିତ ହାତ ଧୋଇବା ପାଇଁ ପରାମର୍ଶ ଦେଇଛନ୍ତି । ସୋନପୁର ଉପଜିଲ୍ଳାପାଳ ବଳରାମ ମଲ୍ଲିକ, ଅତିରିକ୍ତ ଏସପି ରମେଶ ପାଣିଗ୍ରାହୀ, ଜିଲ୍ଲା ମୁଖ୍ୟ ଚିକିତ୍ସ।।ଳୟ ଅଧିକାରୀ ଡ. ଦିଲ୍ଲୀପ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ଧୋଇଗଲା ଅସ୍ଥାୟୀ ପୋଲ,ଯୋଗାଯୋଗ ବିଚ୍ଛିନ୍ନ

mahabharatanews

ବ୍ରହ୍ମପୁରରେ ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ପିନ୍ଧିଲେ ବିଜୟ ମୁକୁଟ

mahabharatanews

ଜାଇକୋଭ୍-ଡି ଟିକାକୁ ସବୁଜ ସଂକେତ

mahabharatanews