ଓଡିଶାଦେଶ ବିଦେଶଶିକ୍ଷା

ଚଳିତବର୍ଷ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ସାରା ଦେଶରେ ଟପର୍‌ ହୋଇଛନ୍ତି ଓଡ଼ିଆ ଛାତ୍ରୀ

ପ୍ରକାଶ ପାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାଫଳ । ଏହି ବର୍ଷ ସାରା ଦେଶର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଗତବର୍ଷ ତୁଳନାରେ ସାମାନ୍ୟ ବୃଦ୍ଧି ଘଟିଛି । ଚଳିତବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଦେଶରେ ୨୪ ଲକ୍ଷ ୮୩ ହଜାର ୪୭୯ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୪ ଲକ୍ଷ ୭୧ ହଜାର ୭୭୭ ଜଣ ପରୀକ୍ଷା ଦେଇଥିବା ବେଳେ ୨୩ ଲକ୍ଷ ୧୬ ହଜାର ୮ ଜଣ ପାସ୍‌ କରିଛନ୍ତି । ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାଜି ମାରିଛନ୍ତି ଜଣେ ଓଡ଼ିଆ ଛାତ୍ରୀ । ପୁରୀ ଜିଲ୍ଲା ସ୍ଥିତ ମଦର ପବ୍ଲିକ୍‌ ସ୍କୁଲର ଟିନା ରଥ ନାମକ ଛାତ୍ରୀ ମୋଟ ୫୦୦ରୁ ୫୦୦ ମାର୍କ  ରଖି ଓଡ଼ିଶା ସମେତ ସାରା ଦେଶରେ ଟପର୍‌ ହୋଇଛନ୍ତି ।

ସିବିଏସଇ ଦଶମ ରେଜଲଟରେ ଏକ ବଡ ସଫଳତା ପାଇବା ପରେ ଟିନା କହିଛନ୍ତି, ଦିନକୁ ସେ ୭-୮ ଘଣ୍ଟା ପଢ଼ୁଥିଲେ । ପ୍ରଶ୍ନ ନିଜେ କଲେକ୍ଟ କରି ନିଜେ ଉତ୍ତର ଲେଖୁଥିଲେ । ସବୁବେଳେ ୯୯ % ଉପରେ ରଖୁଥିଲେ, ହେଲେ ଶତ ପ୍ରତିଶତ ରଖିବାକୁ ଚେଷ୍ଠା ଚଳାଇଥିଲେ । ସ୍ପିଡ୍ ଆଉ ନିର୍ଭୁଲ ରାଇଟିଙ୍ଗ ଉପରେ ଫୋକସ ରଖିଥିଲେ । ଭବିଷ୍ୟତରେ ମେଡିକାଲ ପାଠ ପଢ଼ି ଜଣେ କାର୍ଡିଓ ସର୍ଜନ ହେବି ଓ ଲୋକଙ୍କ ସେବା କରିବେ ବୋଲି ଆଶା ରଖିଛନ୍ତି ଟିନା ।

CBSE 10th Result 2026 Declared: सीबीएसई बोर्ड10वीं का रिजल्ट जारी, इन पांच  तरीकों से चेक करें अपना स्कोरकार्ड - cbse declares class 10 board  examination 2026 session one result edmm - AajTak

ତେବେ ଏଥର ଓଡ଼ିଶାରେ ଛାତ୍ରଙ୍କ ପାସ୍‌ହାର ୯୨.୬୦% ଓ ଛାତ୍ରୀଙ୍କ ପାସ୍‌ହାର ୯୪.୮୩% ରହିଛି । ଏଥର ବି ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି । ସରକାରୀ ବିଦ୍ୟାଳୟରେ ପରୀକ୍ଷା ଦେଇଥିବା ୧୯ ହଜାର ୨୬୦ ଜଣଙ୍କ ମଧ୍ୟରୁ ୧୮ ହଜାର ୧୫୧ଜଣ ପାସ୍‌ କରିଛନ୍ତି ଏବଂ ପାସ୍‌ହାର ୯୪.୨୪% ହୋଇଛି । ସ୍ବାଧୀନ ଭାବେ ଅର୍ଥାତ୍‌ ବେସରକାରୀ ବିଦ୍ୟାଳୟରୁ ପରୀକ୍ଷା ଦେଇଥିବା ୩୭ ହଜାର ୮୭୧ ଜଣଙ୍କ ମଧ୍ୟରୁ ୩୪ ହଜାର ୯୮୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାସ୍‌ହାର ୯୨.୩୮% ହୋଇଛି । ସର୍ବଭାରତୀୟ ସ୍ତରରେ ଦଶମ ଶ୍ରେଣୀରେ ପାସ୍‌ହାର ୯୩.୭୦% ହୋଇଛି, ଯାହାକି ୨୦୨୫ ତୁଳନାରେ ୦.୦୪% ଅଧିକ । ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

CBSE Class 10 Results 2026: Important Information and Download Guide

Related posts

ସମର୍ପଣ ମନୋଭାବ ନେଇ ସମନ୍ୱୟ ରକ୍ଷା ସହିତ ରଥଯାତ୍ରା ପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

mahabharatanews

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଖାଳ କଂସାକୁ ନେଇ ଚର୍ଚ୍ଚା

mahabharatanews

ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା, ଆସନ୍ତାକାଲି ହେବ ଆଲୋଚନା 

mahabharatanews