Uncategorized

ବାଗଦାଦର ଗ୍ରୀନ ଜୋନରେ ରକେଟ ମାଡ

(ବାଗଦାଦ): ଆମେରିକା ଓ ଇରାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ବଢିବାରେ ଲାଗିଛି । ମେଜର ଜେନେରାଲ କାସିମ ସୁଲେମାନୀଙ୍କ ମୃତ୍ୟୁର ବଦଲା ନେବା ପାଇଁ ଇରାନ ଏବେ ବାରମ୍ବାର ଆମେରିକାକୁ ଟାର୍ଗେଟ କରିବା ଆରମ୍ଭ କରିଛି । ବୁଧବାର ବିଳମ୍ବିତ ରାତିରେ ଇରାକର ରାଜଧାନୀ ବାଗଦାଦର ଗ୍ରୀନ ଜୋନରେ ୨ଟି ରକେଟ ମାଡ କରାଯାଇଛି । ଏହି ଗ୍ରୀନ ଜୋନଟି ଅତ୍ୟନ୍ତ ସୁରକ୍ଷା ପ୍ରବଣ ଅଞ୍ଚଳ ଓ ଏଠାରେ ଆମେରିକା ମିଶନ ସମେତ ଏକାଧିକ ରାଷ୍ଟ୍ରର ଦୂତାବାସ ରହିଛି । ଇରାନ ଆମେରିକା ଉପରେ ବଦଲା ନେବା ପାଇଁ ଏହି ସ୍ଥାନରେ ରକେଟ ମାଡ କରିଥିବା କୁହାଯାଉଛି ।

ଇରାକର ସୁରକ୍ଷା ଏଜେନ୍ସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଅଚାନକ ଗ୍ରୀନ ଜୋନରେ ୨ଟି ରକେଟ ମାଡ କରାଯାଇଥିଲା । ତେବେ ଏଯାଏ ଏଥିରେ କୌଣସି କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ମିଳିନାହିଁ । କିନ୍ତୁ ରକେଟ ମାଡ ପରେ ସମଗ୍ର ଅଞ୍ଚଳରେ ପ୍ରଚଣ୍ଡ ଶଦ୍ଧ ହୋଇଥିଲା । କିଛି ସମୟ ପରେ ଉକ୍ତ ଅଞ୍ଚଳରୁ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା । ସୂଚନାଯୋଗ୍ୟ, ଗତ ମଙ୍ଗଳବାର ବିଳମ୍ବିତ ରାତିରେ ମଧ୍ୟ ଇରାକରେ ଥିବା ଆମେରିକା ଏୟାରବେସ ଉପରେ ଇରାନ ପକ୍ଷରୁ ୨୨ଟି ମିସାଇଲ ମାଡ କରାଯାଇଥିଲା । ଏହି ଆକ୍ରମଣରେ ୨୦ ଜଣ ଆମେରିକୀୟଙ୍କ ସମେତ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ଦାବି କରିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ଖଣ୍ଡନ କରିଛନ୍ତି ।

Related posts

ଅଗଷ୍ଟ ୨୯ରେ ସ୍ୱତନ୍ତ୍ର ରେଳ ଯୋଗେ ରାଷ୍ଟ୍ରପତିଙ୍କ ଅଯୋଧ୍ୟା ଗସ୍ତ

mahabharatanews

ରାଜ୍ୟରେ ଆସନ୍ତା ୫ ଦିନ ଯାଏଁ ଟାଣ ଖରା

mahabharatanews

ଦେଶରେ କରୋନା ସଂକ୍ରମଣ ୩ ଲକ୍ଷ ୯୫ ହଜାର ୪୮ରେ ପହଞ୍ଚିଲା

mahabharatanews