Uncategorized

୨୦୦ ଟ୍ରେନ ରଦ୍ଦ, ୪୫୦ କୋଟି କ୍ଷତି

ନୂଆଦିଲ୍ଲୀ: କରୋନା ଭୂତାଣୁର ବ୍ୟାପକତା ରୋକିବା ଲକ୍ଷ୍ୟରେ ଭାରତୀୟ ରେଳ ବାଇ ବଡ ପଦକ୍ଷେପ ଗ୍ରହଣ କରିଛି । ଏଥିସହ ଭାରତୀୟ ରେବାଇ ପ୍ରାୟ ୨୦୦ଟି ଟ୍ରେନକୁ ବାତିଲ କରିଛି । ତେବେ ଏତେ ସଂଖ୍ୟକ ଟ୍ରେନ ଚଳାଚଳ ବାତିଲ ହେବା ଯୋଗୁ ଭାରତୀୟ ରେଳବାଇକୁ ପ୍ରାୟ ୪୫୦ କୋଟି ଟଙ୍କା ମାର୍ଚ୍ଚ ମାସରେ କ୍ଷତି ସହିବାକୁ ପଡିବ ।

କରୋନାକୁ ଦୃଷ୍ଟିରେ ଚଳିତ ମାସରେ ରେକର୍ଡ ସଂକ୍ୟକ ଲୋକ ସେମାନଙ୍କ ଟିକେଟ ବାତିଲ କରିଛନ୍ତି । ଉତ୍ତର ତଟ ରେଳୱେରେ ୧ରରୁ ୧୨ ମାର୍ଚ୍ଚ ମାସ ମଧ୍ୟରେ ପ୍ରାୟ ୧୨ ଲକ୍ଷ ଟିକେଟ ରଦ୍ଦ ହୋଇଛି । ଏଥିପାଇଁ ରେଳବାଇ ଲୋକଙ୍କୁ ପ୍ରାୟ ୮୫ କୋଟି ଟଙ୍କା ଫେରସ୍ତ କରିବାକୁ ପଡିଛି । ସେହିପରି ସମଗ୍ର ଭାରତରେ ପ୍ର।।ୟ ୬୩ % ଲୋକ କରୋନାକୁ ଦୃଷ୍ଟିରେ ରଖି ବୁକିଂ କ୍ୟାନସେଲ କରିଛନ୍ତି । ଏଥିପାଇଁ ରେଳବାଇକୁ ୪୫୦ କୋଟି ଟଙ୍କା କ୍ଷତି ସହିବାକୁ ପଡିବ । ଏଥିସହ ରେଳବାଇ ବିଭିନ୍ନ ଜୋନରେ ଚଳାଚଳ କରୁଥିବା ୨୦୦ଟି ଟ୍ରେନକୁ ବାତିଲ କରିଥିବାରୁ ଏ ବାବଦରେର ପାଉଥିôବା ଭଡା ମଧ୍ୟ ହରାଇବାକୁ ଯାଉଛି ।

Related posts

ଉଦ୍ଧବଙ୍କ ଅଯୋଧ୍ୟା ଗସ୍ତ କାଳରେ ମହନ୍ତ ନଜରବନ୍ଦ

mahabharatanews

ଓଏନଜିସି ତୈଳ ବିଶୋଧନାଗାରରେ ନିଆଁ

mahabharatanews

ବିଚାର ବିଭାଗୀୟ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

mahabharatanews