Uncategorized

ଧାନର ଭଳି ଅନ୍ୟ ଫସଲର ଏମଏସପି ମଧ୍ୟ ବଢ଼ିବା ଦରକାର: ବାନାର୍ଜୀ

ନୂଆଦିଲ୍ଳୀ: ଦିଲ୍ଲୀ ସୀମାରେ କୃଷି ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ ପ୍ରଖ୍ୟାତ ଅର୍ଥନୀତିଜ୍ଞ ତଥା ନୋବେଲ ବିଜେତା ଅଭିଜିତ ବାନାର୍ଜୀ କୃଷି ସୁଧାର ନେଇ ମତ ରଖିଛନ୍ତି । ଧାନର ଏମଏସପି ଭଳି ଅନ୍ୟ ଫସଲର ଏମଏସପି ମଧ୍ୟ ବଢ଼ିବା ଦରକାର ବୋଲି ବାନାର୍ଜୀ କହିଛନ୍ତି। କୃଷି କ୍ଷେତ୍ରରେ ସଂସ୍କାର ଆବଶ୍ୟକ ରହିଛି ବୋଲି ବାନାର୍ଜୀ ମତ ଦେଇଛନ୍ତି । ଏମଏସପିକୁ ନେଇ ସେ କହିଛନ୍ତି, ଯେଉଁ ଏମଏସପି ରହିଛି, ସେଥିରେ କିଛି ଲାଭରେ ରହିବେ ଆଉ କିଛି କ୍ଷତିରେ ରହିବେ। ସରକାର ଆବଶ୍ୟକ ପଡ଼ିଲେ କ୍ଷତି ସହୁଥିବା ଚାଷୀକୁ କ୍ଷତିପୂରଣ ଦେବାକୁ ଚେଷ୍ଟା କରିପାରନ୍ତି।
ବାନାର୍ଜୀ ଆହୁରି କହିଛନ୍ତି, ଅନୁମାନ କରାଯାଉଛି ଆଗାମୀ ୨୦ ବର୍ଷ ପରେ ପଞ୍ଜାବରେ ଆଉ ପାଣି ରହିବ ନାହିଁ ଧାନ ଫସଲ ପାଇଁ। ଧାନର ଏମଏସପି ଅଧିକ ରହିଛି ବୋଲି ପଞ୍ଜାବରେ ଅଧିକାଂଶ ରୋଜଗାର ଆଶାରେ ଧାନ ଚାଷ କରୁଛନ୍ତି। ଅନ୍ୟ ଫସଲ ଗୌଣ ହେଉଛି। ତେଣୁ ଅନ୍ୟ ଫସଲକୁ ପ୍ରୋତ୍ସାହିତ କରିବା ଆବଶ୍ୟକ। ଏଥିପାଇଁ ଏହିସବୁ ଫସଲର ଏମଏସପି ମଧ୍ୟ ବଢ଼ିବା ଦରକାର। ଏଭଳି ହେଲେ କୃଷି ସଂସ୍କାର ହୋଇପାରିବ। ଏମଏସପି ପ୍ରଣାଳୀ ଅପରିବର୍ତ୍ତିତ ରହିଲେ ସୁଧାର ଆସିବ ନାହିଁ।

 

Related posts

ଜାଣନ୍ତୁ କେଉଁ ଦିଗରେ ଦୀପ ଜାଳିଲେ କ’ଣ ସବୁ ଲାଭ ହୋଇଥାଏ

mahabharatanews

ଦିଲ୍ଲୀ ନିର୍ବାଚନ: ଜାନୁଆରୀ ପ୍ରଥମ ସପ୍ତାହରେ ଆପ କରିବ ପ୍ରାର୍ଥୀ ଘୋଷଣା

mahabharatanews

ଆଫଗାନିସ୍ତାନ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ପାଇଁ ଆଇଏସଆଇର ମସୁଧା: ଗୁଇନ୍ଦା

mahabharatanews