ବର୍ଲିନ: ବିଶ୍ୱର ୧୦୦ ଜଣ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି କେନ୍ଦ୍ରା ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ । ଦେଶର ଅ ।ର୍ଥିକ ସ୍ଥିତିରେ ସୁଧାର ଅ ।ଣିବା ପାଇଁ ସୀତାରମଣଙ୍କ ବିଭିନ୍ନ ପ୍ରଚେଷ୍ଟା ଓ ତାଙ୍କ କାର୍ଯ୍ୟ କରିବାର ପ୍ରଣାଳୀକୁ ନେଇ ସେ ବୈଶ୍ୱ୍ିକ ସ୍ତରରେ ବେଶ୍ ଚର୍ଚ୍ଚିତ ହୋଇଛନ୍ତି । ଫୋର୍ବ୍ସ ୁ ବିଶ୍ୱର ୧୦୦ ଶକ୍ତିଶାଳୀ ମହିଳାଙ୍କ ମଧ୍ୟରେ ସୀତାରମଣଙ୍କୁ ସାମିଲ କରିଛି । ଏହି ତାଲିକାରେ ଏଚସିଏଲର ସିଇଓ ରୋଶନୀ ନଡାର ମଲହୋତ୍ରା, ବାୟୋକନର ପ୍ରତିଷ୍ଠାତ୍ରୀ କିରଣ ମଜୁମଦାର ମଧ୍ୟ ଅଛନ୍ତି ।
ଭାରତର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଏହି ତାଲିକାରେ ୩୪ତମ ସ୍ଥାନରେ ଥିବା ବେଳେ ରୋଶନୀ ନଡାର ମଲହୋତ୍ରା ୫୪ତମ ଓ କିରଣ ମଜୁମଦାର ୬୫ତମ ସ୍ଥାନରେ ଅଛନ୍ତି ।
ଜର୍ମାନୀର ·ନ୍ସଲର ଅ ।ଙ୍ଗେଲ ମର୍କେଲ ଏହି ତାଲିକାର ଟପରେ ଅଛନ୍ତି । ସେ ଗତ ୯ ବର୍ଷ ହେଲା ପ୍ରଥମ ସ୍ଥାନରେ ଅଛନ୍ତି । ସେହିପରି ଦ୍ୱ୍ିତୀୟ ସ୍ଥାନରେ ୟୁରୋପିଅ ।ନ ସେଣ୍ଟ୍ରାଲ ବ୍ୟାଙ୍କର ପ୍ରେସିଡେଣ୍ଟ କ୍ରିଷ୍ଟିନ୍ ଲେଗାର୍ଡ ଅଛନ୍ତି । ତୃତୀୟ ସ୍ଥାନରେ ଅ ।ମେରିକୀୟ ସାଂସଦ ଓ ବାଚସ୍ପତି ନୈସୀ ପଲୋସୀ ଅଛନ୍ତି । ଏତଦ୍ ବ୍ୟତୀତ ଏହି ତାଲିକାରେ ମିଲିଣ୍ଡା ଗେଟସ୍ ୬ଷ୍ଠ ସ୍ଥାନରେ, ଅ ।ଇବିଏମର ସିଇଓ ଗିନି ରୋମେଟି ୯ମ ସ୍ଥାନରେ, ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଏଣ୍ଡ୍ରେନ୍ ୩୮ତମ ସ୍ଥାନରେ, ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ୪୨ତମ ସ୍ଥାନରେ, ଗାୟିକା ରିହାନା ୬୧ତମ ସ୍ଥାନରେ, ବିୟୋଂସ ୬୬ତମ ସ୍ଥାନରେ, ଟେଲର ସିଫ୍ଟ ୭୧ତମ ସ୍ଥାନରେ, ଟେନିସ୍ ଷ୍ଟାର ସେରେନା ୱିଲିୟମସ୍ ୮୧ତମ ସ୍ଥାନରେ ଓ କ୍ଲାଇମେଟ୍ ଏକ୍ଟିଭିଷ୍ଟ ଗ୍ରେଟ୍ ଥନବର୍ଗ ୧୦୦ତମ ସ୍ଥାନରେ ଅଛନ୍ତି ।