Uncategorized

୪୫ ପ୍ରତିଶତ କରୋନା ସଂକ୍ରମିତ ୪ ମେଟ୍ରୋରୁ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମୋଟ କରୋନା ସଂକ୍ରମତିଙ୍କ ମଧ୍ୟରୁ ଅଧା ମାମଲା ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ୪ଟି ମେଟ୍ରୋରୁ ଆସିଛି। ଅନ୍ୟପକ୍ଷରେ ଦେଶରେ କରୋନା ମାମଲା ୨.୫ ଲକ୍ଷରୁ ଅଧିକ ହୋଇଛି ଏବଂ ମୃତକଙ୍କ ସଂଖ୍ୟା ସାତ ହଜାର ଅତିକ୍ରମ କରିଛି। ଏଥି ସହିତ, ମୋଟ ମୃତ୍ୟୁ ମାମଲାର ପ୍ରାୟ ୪୫ ପ୍ରତିଶତ ଏହି ୪ଟି ମେଟ୍ରୋରୁ ବାହାରିଛନ୍ତି । ଏହି ଚାରୋଟି ମେଟ୍ରୋର ଅହମ୍ମଦାବାଦ, ଇନ୍ଦୋର ଏବଂ ପୁଣେ ସାମିଲ କଲେ, ମୋଟ ସଂକ୍ରମିତ ଏବଂ ମୃତକଙ୍କ ୮୦ ପ୍ରତିଶତ ଏହି ସହର ଗୁଡିକରୁ ଆସିଛି । ବର୍ତ୍ତମାନ ବିଶ୍ୱରେ କରୋନା ଭୂତାଣୁ ପ୍ରଭାବିତ ଦେଶ ମଧ୍ୟରେ ଭାରତ ପଞ୍ଚମ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ, ଋଷ ଏବଂ ବ୍ରିଟେନ ଭାରତଠାରୁ ଆଗରେ ଅଛନ୍ତି।

Related posts

କରୁଣା ନିଧିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

mahabharatanews

ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ପ୍ରବାସୀ ଶ୍ରମିକଙ୍କ ଟ୍ରେନକୁ ରାଜ୍ୟକୁ ଅନୁମତି ଦେଉନାହାନ୍ତି

mahabharatanews

୩ ଆଇଏସଆଇଏସ ଆତଙ୍କବାଦୀ ଦିଲ୍ଲୀରୁ ଗିରଫ

mahabharatanews