Uncategorized

ବୁଲେଟ୍ ପ୍ରୁଫ ହେଲମେଟ୍ ତିଆରି କଲେ ଭାରତୀୟ ମେଜର

(ନୂଆଦିଲ୍ଲୀ): ସୀମାରେ ଆତଙ୍କବାଦୀଙ୍କ ବିରୋଧରେ ଲଢୁଥିବା ଭାଦରତୀୟ ସେନାଙ୍କ ସୁରକ୍ଷାକୁ ନେଇ ଅଧିକ ଚିନ୍ତା ପ୍ରକଟ କରାଯାଇଥାଏ । ସେନାର ଯବାନ ମାନଙ୍କ ପାଇଁ ପୂର୍ବରୁ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ତିଆରି ହୋଇଥିବା ବେଳେ ଏବେ ବୁଲେଟ୍ ପ୍ରୁଫ୍ ହେଲମେଟ୍ ନିର୍ମାଣ ହୋଇଛି । ଏହା ବିଶ୍ୱର ପ୍ରଥମ ବୁଲେଟ ପ୍ରୁଫ୍ ହେଲମେଟ୍ । ତେବେ ଏହା କୌଣସି ବିଦେଶୀ କମ୍ପାନୀ ନୁହେଁ ବରଂ ଜଣେ ଭାରତୀୟ ସେନାର ମେଜର ଅନୁପ ମିଶ୍ର କରି ଦେଖାଇଛନ୍ତି । ପୂର୍ବରୁ ମେଜର ଜଣକ ସ୍ନାଇପର ବୁଲେଟରୁ ବର୍ତ୍ତିବା ପାଇଁ ସ୍ୱତନ୍ତ୍ର ଜ୍ୟାକେଟ୍ ତିଆରି କରି ଚର୍ଚ୍ଚାକୁ ଆସିଥିଲେ । କିନ୍ତୁ ଏବେ ବୁଲେଟ୍ ପ୍ରୁଫ ହେଲମେଟ ପ୍ରସ୍ତୁତ କରି ସେ ବିଶ୍ୱର ପ୍ରଥମ ବ୍ୟକ୍ତି ହୋଇଛନ୍ତି । ୧୦ ମିଟର ଦୂରତାରୁ ଏକେ-୪୭ରୁ ବାହାରୁଥିବା ଗୁଳିରୁ ଏହି ହେଲମେଟ ସୁରକ୍ଷା ଯୋଗାଇବ ବୋଲି ଦାବି କରାଯାଇଛି । ତେବେ ମେଜର ଜଣକ ଭାରତୀୟ ସେନାର କଲେଜ ଅଫ୍ ମିଲିଟାରୀ ଇଞ୍ଜିନିୟରିଂରେ କାର୍ଯ୍ୟ କରୁଛନ୍ତି । ଏଠାରେ ଏହି ହେଲମେଟ୍ର ନିର୍ମାଣ ହୋଇଛି । ପୂର୍ବରୁ ମେଜର ଅନୁପ ବୁଲେଟ୍ ପ୍ରୁଫ ଜ୍ୟାକେଟ ତିଆରି କରିଥିବାରୁ ତତ୍କାଳୀନ ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ ତାଙ୍କୁ ଆର୍ମି ଡିଜାଇନ ବ୍ୟୁରୋ ଏକ୍ସିଲେନ୍ସ ସମ୍ମାନରେ ସମ୍ମାନିତ କରିଥିଲେ ।

Related posts

ଦେଶରେ ବିକଟ ହେଉଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୩୫୬୧ ଆକ୍ରାନ୍ତ, ୮୯ ମୃତ୍ୟୁ

mahabharatanews

ରକେଟ ମାଡରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ରାଲି ପଣ୍ଡ

mahabharatanews

ପରୀକ୍ଷା ପାଇଁ ପିଲାଙ୍କ ଉପରେ ଚାପ ସୃଷ୍ଟି ନ କରିବାକୁ ମୋଦିଙ୍କ ପରାମର୍ଶ

mahabharatanews

Leave a Comment