Uncategorized

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଭବନରେ ସମ୍ବର୍ଦ୍ଧନା

(ନୂଆଦିଲ୍ଲୀ): ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସାଙ୍କୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଭବନରେ ସମ୍ବର୍ଦ୍ଧନା ଦିଆଯାଇଛି । ରାଜପାକସା ୫ ଦିନିଆ ଭାରତ ଗସ୍ତରେ ଗତ ଶୁକ୍ରବାର ନୂଆଦିଲ୍ଲୀଠାରେ ପହଞ୍ଚିଥିଲେ । ଏହି ଗସ୍ତ ସମୟରେ ସେ ବୈ÷ଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଭେଟିବେ । ତେବେ ଦୁଇ ଦେଶ ମଧ୍ୟରେ ଭୌଗୋଳିକ ଓ ଅର୍ଥନୈତିକ ସମ୍ପର୍କକୁ ସୁଦୃଢ କରିବା ପାଇଁ ସେ ଭାରତ ଗସ୍ତରେ ଆସିଥିବା ରାଜପାକସା କହିଛନ୍ତି । ଶନିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ପରେ ସେ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ । ତେବେ ୫ ଦିନିଆ ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ବାରଣାସୀ ଯାଇ କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବା ସହ ସାରନାଥର ବୁଦ୍ଧ ମନ୍ଦିର ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।

Related posts

ଲକଡାଉନ ମଧ୍ୟରେ ଶୀତଳଭଣ୍ଡାର ସୁବିଧା ଯୋଗଇଦେବାକୁ ସ୍ୱାମୀନାଥନଙ୍କ ପରାମର୍ଶ

mahabharatanews

ଶାନ୍ତି ବଜାୟ ରଖିବାରେ ବିଶ୍ୱରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ: ଇରାନ ରାଷ୍ଟ୍ରଦୂତ

mahabharatanews

୨୦୨୨ ପର୍ଯ୍ୟନ୍ତ ସାମାଜିକ ଦୂରତ୍ୱ ରଖିବାକୁ ହେବ: ଗବେଷକ

mahabharatanews