Uncategorized

ବୁହାନରୁ ୭୬ ଭାରତୀୟଙ୍କ ସମେତ ୧୧୨ଙ୍କୁ ନେଇ ଫେରିଲା ବିମାନ

ନୂଆଦିଲ୍ଲୀ: କୋରୋନାର କେନ୍ଦ୍ର କୁହାଯାଉଥିବା ଚୀନର ବୁହାନରେ ଫସି ରହିଥିବା ଭାରତୀୟଙ୍କୁ ଆଜି ଫେର।।ଇ ଅ।।ଣିଛି ଭାରତୀୟ ବାୟୁସେନାର ବିମ।।ନ । ସେହିପରି ଜାପାନ ଉପକୂଳରେ ଠିଆହୋଇଥିବା କ୍ରୁଜ ଡାଇମଣ୍ଡ ସିପରେ ଫସି ରହିଥିବା ଭାରତୀୟଙ୍କ ସହ ଅନ୍ୟ ବିଦେଶୀଙ୍କୁ ମଧ୍ୟ ଭାରତ ଅଣାଯାଇଛି । ଏହି ଭାରତୀୟଙ୍କମଧ୍ୟରୁ ୧୬ ଜଣ କୋରୋନା ସଂକ୍ରମିତ ଅଛନ୍ତି । ସମସ୍ତ ଉଦ୍ଧୃତଙ୍କୁ ୧୪ ଦିନ ପର୍ଯ୍ୟନ୍ତ ହରିଆଣାର ଭାରତୀୟ ସେନାର ମାନେସର ସ୍ଥିତ ସଂଗରୋଧ ସୁବିଧା କେନ୍ଦ୍ରକୁ ପଠାଇ ଦିଆଯାଇଛି ।

ବୁହାନରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଗତକାଲି ଭ।।ରତୀୟ ବାୟୁସେନାର ବିମାନ ଯାଇଥିଲା । ଆଜି ସକାଳେ ୧୧୨ ଜଣଙ୍କୁ ନେଇ ଫେରିଆସିଛି । ବିମାନରେ ୭୬ ଭାରତୀୟ ଓ ୩୬ ବିଦେଶୀ ନାଗରିକ ରହିଛନ୍ତି । ଏହି ବିଦେଶୀ ନାଗରିକ ବାଙ୍ଗଲାଦେଶ, ମିୟାମାର, ମାଲଦୀପ, ଚୀନ, ଦକ୍ଷିଣ ଆଫ୍ରିକା, ଆମେରିକା ଓ ମାଗାସ୍କାରରର । ଚୀନ ସହଯୋଗ ପାଇଁ ଭାରତ ସରକାର ଚୀନକୁ ଧନ୍ୟବାଦ ଜଣାଇଛନ୍ତି । ବାୟୁସେନାର ସି-୧୭ ଗ୍ଲୋବମାଷ୍ଟର ବିମାନ ନିଜ ସହ ୧୫ ଟନ ମେଡିକାଲ ସରଞ୍ଜାମ ମଧ୍ୟ ନେଇ ଯାଇଥଲା । ବାୟୁସେନାର ବରିଷ୍ଠ ଅଧିକାରୀ ଏକେ ପଟ୍ଟନାୟକ ବୁଧବାର ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ କି, ଏହି ବିମାନ ବର୍ତ୍ତମାନ ମେଡିକାଲ ମିଶନରେ ନିୟୋଜିତ ରହିଛି ଓ ଗୋଟିଏ ଦିନ ପରେ ଏହା ଫେରିବ । ଏହା ପୂର୍ବରୁ କ୍ରୁଜ ଡାଇମଣ୍ଡ ସିପରେ ଫସିଥିବା ଭାରତୀୟଙ୍କ ସମେତ ବିଦେଶୀ ନ।।ଗରିକଙ୍କୁ ମଧ୍ୟ ଏୟାର ଲିଫ୍ଟ କରାଯ।।ଇଛି । ବିଦେଶ ମନ୍ତ୍ରୀ ଜୟ ଶଙ୍କର ଟୁଇଟ କରି କହିଛନ୍ତୁ ବୁହାନରୁ ଫେରିଥିବା ବାୟୁସେନା ବିମାନ ୭୬ ଭାରତୀୟ ଓ ୭ଟି ଦେଶର ୩୬ ଜଣ ନାଗରିକଙ୍କୁ ନେଇ ଫେରିଛି ।

Related posts

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ କରୋନା

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ଗରମା ଗରମ୍ ଚିଲ୍ଲି ସୋୟାବଡି

mahabharatanews

ପ୍ରଶାସିକାରୁ ସାଂସଦ ହୋଇ ପାଲଟିଛନ୍ତି ଉଦାହରଣ

mahabharatanews

Leave a Comment