ଓଡିଶା

ମହାନଦୀରେ ବୁଡି ନାବାଳକ ନିଖୋଜ

(ମହାଭାରତ, ଜଗତସିଂପୁର): ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମହାନଦୀର କୋଟକଣା ଗଡା ଠାରେ ଏକ ଅଘଟଣ ଘଟିଛି । ଏଠାରେ ନଦୀରେ ଗାଧୋଇବା ବେଳେ ଜଣେ ନାବାଳକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ନାବାଳକ ଜଣକ ରାହାଡିଙ୍ଗା ଗାଁର ୧୨ ବର୍ଷିୟ ରୁଦ୍ର ନାରାୟଣ ଦାସ ବୋଲି ଜଣାପଡିଛି । ସେ ସପ୍ତମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ କୋଟକଣାସ୍ଥିତ ନିଜ ମାମୁ ଘରେ ରହି ପାଠ ପଢୁଥିଲେ । ସୂଚନା ଅନୁଯାୟୀ, ଗତ ଗୁରୁବାର ନାବାଳକ ଜଣକ ନିଜ ସାଙ୍ଗମାନଙ୍କ ସହ ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଅସାବଧାନତାବଶତଃ ସେ ପାଣିରେ ବୁଡି ଯାଇଥିଲେ । ଏହାପରେ ତାଙ୍କ ସାଙ୍ଗମାନେ ଭୟରେ ଗାଁକୁ ପଳାଇ ଆସିଥିଲେ । ନାବାଳକ ଜଣକ ଘରକୁ ନଫେରିବାରୁ ତାଙ୍କ ମାମୁ ଘର ଲୋକେ ପଚରାଉଚରା କରିବା ପରେ ଘଟଣା ସମ୍ପର୍କରେ ଜଣା ପଡିଥିଲା । ଏନେଇ ସେମାନେ ତିର୍ତ୍ତୋଳ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୨ ଘଣ୍ଟା ଧରି ଖୋଜାଖୋଜି କରିବା ପରେ ନିଖୋଜ ନାବାଳକଙ୍କ କୌଣସି ସନ୍ଧାନ ପାଇନଥିଲେ । ସନ୍ଧ୍ୟା ହୋଇଯିବାରୁ ଗୁରୁବାର ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ପରେ ଶୁକ୍ରବାର ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

Related posts

ଶ୍ରୀଜିଉ ଦର୍ଶନଙ୍କ ନେଇ ହଟିପାରେ ରବିବାର କଟକଣା

mahabharatanews

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି

mahabharatanews

ବାହାନଗାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା

mahabharatanews

Leave a Comment