କେନ୍ଦୁଝର : ତେଲକୋଇ ଜଙ୍ଗଲରୁ କାଠ ଧରି ଘରକୁ ଫେରୁଥିଲେ , ହେଲେ ବିଧିର ବିଧାନ ଅଲଗା ଥିଲା । ଅଧା ରାସ୍ତାରେ କାଠ ପଡ଼ି ଯିବାରୁ ପତ୍ନୀର ଜୀବନ ଚାଲିଗଲା । ସ୍ବାମୀ ସିନା ଫେରିଲା,ସ୍ତ୍ରୀ ଆଉ ଫେରିଲାନି । ଏଭଳି ଏକ ଅଭାବନୀୟ ଘଟଣା ଆଜି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଂଚଳରେ । ମୃତକ ହେଲେ ପୁରୁସୋତ୍ତମ ପୁର ଗ୍ରାମର ରାଜେଶ୍ ମୁଣ୍ଡାଙ୍କ ପତ୍ନୀ ଜେମା ମୁଣ୍ଡା । ତେବେ ସୂଚନା ମୁତାବକ ପୁରୁ ସୋତ୍ତମ ପୁର ଗ୍ରାମର ରାଜେଶ୍ ମୁଣ୍ଡା ଓ ପତ୍ନୀ ଜେମା ମୁଣ୍ଡା ଗତ ବୁଧବାର ଦିନ ନିକଟସ୍ଥ ଜଙ୍ଗଲ କୁ କାଠ ସଂଗ୍ରହ କରିବାକୁ ଯାଇଥିଲେ । ଉଭୟ କାଠ ଧରି ଘରକୁ ଫେରିବା ବେଳେ ଜଙ୍ଗଲରୁ ହାତୀ ଚିତ୍କାର ଶବ୍ଦ ଶୁଣୁଥିଲେ । ହାତୀ ଶବ୍ଦ ଶୁଣି ଉଭୟ ଭୟବିତ ହୋଇଯାଇଥିଲେ । ଯାହା ଫଳରେ ଅସାବଧାନତା ହେତୁ ରାଜେଶ୍ କାନ୍ଧେଇ ଥିବା କାଠ ଟି ତଳେ ପଡିଯାଇଥିଲା । ଫଳରେ ଏହି କାଠର ଆଘାତରେ ପଛରେ ଆସୁଥିବା ପତ୍ନୀ ଜେମାର ପ୍ରାଣ ବାୟୁ ଉଡ଼ି ଯାଇଥିଲା । କାଠଟି ତଳେ ପଡ଼ିବା ପୂର୍ବରୁ ଜେମାଙ୍କ କାନ ମୁଣ୍ଡରେ ବାଜି ଥିଲା । ଏବଂ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଥିଲା । ତେବେ ଏହି ଘଟଣା ଜଣା ପଡ଼ିବା ପରେ ତେଲକୋଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିବା ଜଣା ପଡ଼ିଛି ।
previous post
next post
