Uncategorized

ଯବାନଙ୍କ ଗୁଳିମାଡରେ ଖସିଲା ପାକରେ ଡ୍ରୋନ

(ଫିରୋଜପୁର): ଭାରତ-ପାକିସ୍ତାନ ସୀମାରେ ସନ୍ଦେହଜନକ ଭାବେ ଉଡୁଥିବା ଏକ ଡ୍ରୋନକୁ ବିଏସଏଫ ଯବାନ ଗୁଳି କରି ଖସାଇ ଦେଇଛନ୍ତି । ସୋମବାର ମଧ୍ୟରାତିରେ ପଞ୍ଜାବର ଫିରୋଜପୁର ଜିଲ୍ଲା ଭାରତ-ପାକ୍ ସୀମାରେ ଏହି ଡ୍ରୋନଟି ଉଡୁଥିବା ଦେଖିବାକୁ ମିଳିଥିଲା । ପ୍ରଥମେ ବିଏସଏଫ ଯବାନମାନେ ଏହାର ଗତିବିଧିକୁ ଯାଞ୍ଚ କରିଥିଲେ । ହଠାତ ଡ୍ରୋନଟି କେଉଁ ଆଡେ ଚାଲି ଯାଇଥିଲା । କିଛି ସମୟପରେ ଡ୍ରୋନଟି ଟେଣ୍ଡିୱାଲା ଗାଁ ନିକଟ ଶାମକେ ବର୍ଡରରେ ଉଡୁଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ବିଏସଏଫ ଯବାନଙ୍କ ପକ୍ଷରୁ ଏହା ଉପରେ ଗୁଳିମାଡ କରାଯାଇଥିଲା । ଫଳରେ ଡ୍ରୋନଟି ତଳକୁ ଖସି ପଡିଥିଲା । ବର୍ତ୍ତମାନ ଉକ୍ତ ଡ୍ରୋନର ଯାଞ୍ଚ କରାଯାଉଛି । ପୂର୍ବରୁ ଏଭଳି ଡ୍ରୋନ ସାହାଯ୍ୟରେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ଆଦି ଭାରତକୁ ଚାଲାଣ ହେଉଥିଲା ।

Related posts

ରାସ୍ତାରେ ଅଟକାଇ, ଫୋନ ପେରେ ପଇସା ଟ୍ରାନ୍ସଫର କରିନେଲେ

mahabharatanews

ବୀର ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

mahabharatanews

ଗରିବଙ୍କ ସ୍ୱାସ୍ଥ୍ୟର ଉନ୍ନତି କ୍ଷେତ୍ରରେ ଯୁବପିଢିଙ୍କ ଭାଗିଦାରିତାକୁ ମୋଦିଙ୍କ ଆହ୍ୱାନ

mahabharatanews