(ଲକ୍ଷେ୍ନø): ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ବିଷ୍ଠଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି । ତାଙ୍କୁ ଋଷିକେଶସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଯକୃତ ଜନିତ ସମସ୍ୟା ଥିବା ଜଣାପଡିଛି । ତାଙ୍କୁ ଏମ୍ସ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ମୁକେଶ ତ୍ରିପାଠୀଙ୍କ ନିରୀକ୍ଷଣରେ ରଖାଯାଇଛି । ପୂର୍ବାପେକ୍ଷା ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିବା ଡାକ୍ତର କହିଛନ୍ତି । ପୂର୍ବରୁ ଗତ ବର୍ଷ ମାର୍ଚ୍ଚ ମାସରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା । ସେତେବେଳେ ତାଙ୍କୁ ପ୍ରଥମରେ ଡେରାଡୁନର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା ।
previous post
