Uncategorized

କଏଦୀଙ୍କ ମତଦାନ ଅଧିକାରକୁ ନେଇ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ

(ନୂଆଦିଲ୍ଲୀ): କଏଦୀଙ୍କୁ ମତଦାନ ଅଧିକାର ଦେବାକୁ ହୋଇଥିବା ଆବେଦନର ଶୁଣାଣି କରି ବୁଧବାର ଦିଲ୍ଲୀ ହାଇକୋର୍ଟ ଏହାକୁ ଖାରଜ କରିଛନ୍ତି । ଜେଲରେ ରହି କଏଦୀମାନଙ୍କୁ ଭୋଟ ଦେବାର ଅଧିକାର ଦେଶର ଆଇନ ବ୍ୟବସ୍ଥାରେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ସମ୍ବିଧାନର ଲୋକଙ୍କ ପ୍ରତିନିଧିତ୍ୱ ଅଧିନିୟମ ଅନୁସାରେ ଏହା ସମ୍ଭବ ନୁହେଁ ବୋଲି ସୁପ୍ରିମକୋର୍ଟ ପୂର୍ବରୁ ରାୟ ଦେଇଥିବା କୋର୍ଟ କହିଥିଲେ । ଦିଲ୍ଲୀ ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଥିଲେ । ତେବେ ଏହା କୌଣସି ସାଧାରଣ ଅଧିକାର ନୁହେଁ ପୂର୍ବରୁ ସୁପ୍ରିମକୋର୍ଟ ଏହା ଉପରେ ରାୟ ଦେଇସାରିଛନ୍ତି ବୋଲି ଖଣ୍ଡପୀଠ ଶୁଣାଣି ବେଳେ କହିଥିଲେ । ସୂଚନାଯୋଗ୍ୟ, ଏହି ମାମଲାକୁ ନେଇ କିଛି ଆଇନ ଛାତ୍ର ଦାଏର କରିଥିବା ଜନହିତ ଯାଚିକା (ପିଆଇଏଲ)ର ଦିଲ୍ଲୀ ହାଇକୋର୍ଟ ଶୁଣାଣି କରି ଆବେଦନକୁ ଖାରଜ କରିଥିଲେ ।

Related posts

ୟୁପିର ୧୪ ଜିଲ୍ଲାରେ ଇଣ୍ଟରନେଟ ବନ୍ଦ, ୩୫୦୦ରୁ ଉଦ୍ଧ୍ୱର୍ ଅଟକ

mahabharatanews

ମହାରାଷ୍ଟ୍ର ଯାଉଥିଲେ ଏହି ସ୍ଥାନ କରନ୍ତୁ ପରିକ୍ରମା

mahabharatanews

ଭାରତୀୟ ନାଗରିକଙ୍କୁ ଉଦ୍ଧାର ପାଇଁ ଚୀନ ଦେଉନି ଅନୁମତି

mahabharatanews