ଭାରତ

ବିଜୟ ସରକାରଙ୍କ ବଡ଼ ଚ୍ୟାଲେଞ୍ଜ; ପୋଲିସ ମନା ସତ୍ତ୍ୱେ ସିଜେପି ର ଧାରଣା ଘୋଷଣା

ତାମିଲନାଡୁରେ ବିଜୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ।ଏସ୍ଆଇଆର ବିରୋଧରେ ଚେନ୍ନାଇରେ ୨୪ ଘଣ୍ଟିଆ ଧାରଣା ଦେବାକୁ ଘୋଷଣା କରିଛି ସିଜେପି । ହେଲେ ଏହି ପ୍ରଦର୍ଶନ ପାଇଁ ଏପର୍ଯ୍ୟନ୍ତ  ପୋଲିସ ଅନୁମତି ମିଳିନାହିଁ। ଏହା ସତ୍ତ୍ୱେ ଧାରଣା ଜାରି ରଖିବାକୁ ଅଡ଼ି ବସିଛନ୍ତି ଆୟୋଜକ।

ଚେନ୍ନାଇର ଏଗମୋରସ୍ଥିତ ରାଜରଥିନ   ମ୍ ଷ୍ଟାଡିୟମ୍ ନିକଟରେ ଆରମ୍ଭ ହେବାକୁ ଯୋଜନା ରହିଛି ଏହି ଆନ୍ଦୋଳନ। ଶୁକ୍ରବାର ଅପରାହ୍ନ ୪ଟା ପର୍ୟ୍ୟନ୍ତ ଏହା ଚାଲିବ ବୋଲି ସିଜେପି । କହିଛି। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର  ବନ୍ଦ କରିବା ସହ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛି ସଂଗଠନ।

ପୂର୍ବରୁ ନିଟ୍ ପରୀକ୍ଷା ଅନିୟମିତତା ବିରୋଧରେ ଦିଲ୍ଲୀର ଜନ୍ତରମନ୍ତରରେ ଆନ୍ଦୋଳନ କରି ଚର୍ଚ୍ଚାକୁ ଆସିଥିଲା ସିଜେପି । ଏବେ ଚେନ୍ନାଇରେ ପୋଲିସ ଅନୁମତି ନଥାଇ ଧାରଣା ଦେବାକୁ ଯୋଜନା କରିବାରୁ ପରିସ୍ଥିତି ଉପରେ ନଜର ରହିଛି। ଏସ୍ଆଇଆରକୁ ନେଇ ରାଜନୈତିକ ତିକ୍ତତା ମଧ୍ୟରେ ବିଜୟ ସରକାର ଆନ୍ଦୋଳନକୁ କିପରି ସମ୍ଭାଳୁଛନ୍ତି, ତାହା ଏବେ ବଡ଼ ପ୍ରଶ୍ନ ।

Related posts

ୱାୟାନାଡରେ ରାହୁଲଙ୍କ ରୋଡ୍ ସୋ

mahabharatanews

ନୀତିଶଙ୍କ ପରେ ସମ୍ରାଟ ହେଲେ ବିହାରର ମୁଖ୍ୟମନ୍ତ୍ରୀ ।

mahabharatanews

ଏସ୍‌ବିଆଇ ଉପରେ ସାଇବର ହମଲା; ଚୋରି ହେଲା ୩,୮୯୭ ତଥ୍ୟ

mahabharatanews