ଓଡିଶା

ରାଜ୍ୟ ସ୍ତରୀୟ ସାମାଜିକ କର୍ମୀ ମିଳନ

ଗୋପ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସାରଙ୍ଗଯୋଡି ହାଟ ପଡିଆ ନିକଟ ହନୁମାନ ମନ୍ଦିର ପରିସରରେ ରାଜ୍ୟ ସ୍ତରୀୟ ସାମାଜିକ କର୍ମୀମାନଙ୍କର ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲାସୂଚନା ଅଧିକାର ଅଭିଯାନ ଓଡିଶାଙ୍କ ଆନୁକୂଲ୍ୟରେ ସୂଚନା ଅଧିକାର ଆଇନ ୨୦୦୫ ଲୋକାଯୁକ୍ତ ଆଇନ ମାନବର ଅଧିକାର ଆଇନ ଓ ଡିଜିଟାଲ ସେବା ( ଟୁଇଟର) ସମ୍ବନ୍ଦୀୟ ରାଜ୍ୟ ସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଦିପ୍ତ ପ୍ରଧାନ, ସଞ୍ଜୁକ୍ତା ପାଣିଗ୍ରାହୀ, ଦିବାକର ନାୟକ, ସତ୍ୟ ନାୟକ, ବିପିନି ମହାନ୍ତି, ଅଖଣ୍ଡ ମିଶ୍ର ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଏହି ସେବା ଯୋଗୁ ବହୁ ଲୋକ ଉପକୃତ ହୋଇ ପାରୁଛନ୍ତି ବୋଲି ମତ ପ୍ରକାଶ ପାଇଥିଲା । ବିଶେଷ କରି ଫନି ବାତ୍ୟାରେ ଲୋକଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜର ଗୋଡ ହରାଇଥିବା ପୁରୀ ସଦର ବ୍ଳକର ତଳଜଙ୍ଗ ଗ୍ରାମର ଲକ୍ଷ୍ମୀଧର ଜେନା ଓ ରବିନ୍ଦ୍ର ଜେନାଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ବିଭିନ୍ନ ଅଞ୍ଚଳରୁ ସାମାଜିକ କର୍ମୀ ମାନେ ଯୋଗଦେଇଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ସୁଶୀଳ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Related posts

ଇଣ୍ଡୋନେସିଆରେ ବଡଧରଣର ଭୂକମ୍ପ ଝଟ୍‌କା ଅନୁଭୂତ

mahabharatanews

୧୧ରେ ତୃତୀୟ ଛେନାପୋଡ଼ ଦିବସ

mahabharatanews

ସାପ କାମୁଡ଼ାରେ ଜଣେ ମୃତ୍ୟୁ

mahabharatanews

Leave a Comment