ଓଡିଶା

ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ

(ମହାଭାରତ, ଜୁନାଗଡ): ଭିଜିଲାନ୍ସ ଜାଲରେ ପୁଣି ଜଣେ ବନ ବିଭାଗ କର୍ମଚାରୀ ପଡିଛନ୍ତି । ଜୁନାଗଡ ବନ ବିଭାଗର ରେଞ୍ଜର ଲକ୍ଷ୍ମଣ ଶବରଙ୍କ ଘରେ ସୋମବାର ସକାଳେ ଭିଜିଲାନ୍ସ ଚଢାଉ କରିଛିି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଟିମ ଏହି ଚଢାଉ କରିଛି । ଏକକାଳୀନ ୩ଟି ଜାଗାରେ ଏହି ଚଢାଉ ହୋଇଛି । ଉକ୍ତ ରେଞ୍ଜରଙ୍କ ପୈତୃକ ଘର କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ, ତାଙ୍କର ଶ୍ୱଶୁର ଘର ତୁନଗାଁ ଓ ଜୁନାଗଡ ସ୍ଥିତ କାର୍ଯ୍ୟାଳୟ ଉପରେ ଭିଜିଲାନ୍ସ ଟିମ ଚଢାଉ କରିଛି । ଏହି ସମୟରେ ବିଭିନ୍ନ ଜରୁରୀ କାଗଜପତ୍ର ଭିଜିଲାନ୍ସର ହସ୍ତଗତ ହୋଇଛି । ରେଞ୍ଜରଙ୍କ ଘରେ ଯାଞ୍ଚ ଜାରି ରହିଛି । ଚଢାଉ ଜାରି ରହିଥିବାରୁ ତାଙ୍କର କେତେ ପରିମାଣର ସମ୍ପତ୍ତି ରହିଛି ତାହା ଜଣାପଡିନାହିଁ ।

Related posts

ଅବହେଳା ପାଇଁ ୨ଜଣ ପୋଲିଂ ଅଧିକାରୀ ସସପେଣ୍ଡ

mahabharatanews

କେହି ଦଖଲ କରି ପାରିବେ ନାହିଁ ଆଦିବାସୀ ଜମି : ରାଜସ୍ୱ ମନ୍ତ୍ରୀ

mahabharatanews

ପୁରୀରେ ଅହିଂସା ରଥକୁ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା

mahabharatanews