ଓଡିଶା

ପୁରୀରେ ଅହିଂସା ରଥକୁ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା

ପୁରୀ: ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ଲାଗି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଅହିଂସା ରଥର ଶୁଭାରମ୍ଭ କରାଯାଇଥିଲା। ଅହିଂସା ରଥଟି ସମଗ୍ର ରାଜ୍ୟରେ ପରିଭ୍ରମଣ କରିବ। ଏହି ପରିପ୍ରେକ୍ଷୀରେ ଅହିଂସା ରଥଟି ପୁରୀ ଅଠର ନଳାରେ ପହଞ୍ଚିଥିଲା। ଏହାକୁ ପୁରୀ ପୌର ନିର୍ବାହୀ ଅଧିକାରୀ ସରୋଜ ସ୍ୱାଇଁ, ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ମନୋଜ ବେହେରା ପ୍ରମୁଖ ସ୍ୱାଗତ କରିଥିଲେ। ପରେ ଶରଧାବାଲିରେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି, ପୂର୍ବତନ ପୌରପାଳ ଅନୁ ପ୍ରଧାନ, ଶାନ୍ତିଲତା ପ୍ରଧାନଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ଓ ସାଧାରଣ ଲୋକ ମଧ୍ୟ ସ୍ୱାଗତ କରିଥିଲେ। ପରେ ପୁରୀ ଜିଲ୍ଲା ସ୍କୁଲ ଠାରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରଦୀପ ସାହୁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜିତେନ୍ଦ୍ର ପାତ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁଙ୍କ ସମେତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସ୍ୱାଗତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସଂଗୀତ ପରିବେଶଣ କରିଥିଲେ। ଅହିଂସା ରଥଟି ସମଗ୍ର ପୌରାଞ୍ଚଳ ପରିକ୍ରମା କରିବା ସହ ଭିଡିଓ ପ୍ରଦର୍ଶନ କରିଥିଲା। ରଥଟି ପୂର୍ବରୁ ପୁରୀ ସଦର ବ୍ଲକର ବିଭିନ୍ନ ପଞ୍ଚାୟତରେ ପରିକ୍ରମା କରିଥିଲା। କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ବ୍ଲକର ବିଭିନ୍ନ ପଞ୍ଚାୟତରେ ରଥଟି ପରିକ୍ରମା କରିବା ସହ ସ୍ୱାଧୀନତା ସଂଗ୍ରାମର ସ୍ମୃତିକୁ ଉଜ୍ଜୀବୀତ କରିଥିଲା। ରଥକୁ ବିପୁଳ ଉତ୍ସାହ ଓ ଉଦ୍ଦୀପନାର ସହ ଭବ୍ୟ ସ୍ୱାଗତ କରିଥିଲେ।

Related posts

ପାପର ପ୍ରାୟଶ୍ଚିତ: ନିଜ ବେକ କାଟି ବୃଦ୍ଧଙ୍କ ମୃତ୍ୟୁ

mahabharatanews

ବିପଦ ସଙ୍କେତ ଅତିକ୍ରମ କରୁଛି ବୈତରଣୀ ନଦୀ

mahabharatanews

ବୃଦ୍ଧାଙ୍କୁ ଦଳି ଦେଲା ହାତୀ

mahabharatanews