ଓଡିଶା

ଶରତପାଳ ମହାବିଦ୍ୟାଳୟ ରୌପ୍ୟ ଜୟନ୍ତୀ ପାଇଁ ପ୍ରସ୍ତୁତି

ମହାଭାରତ, ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ବହୁଳ ସାରସକଣା ବ୍ଲକ ଉପାନ୍ତ ଅଞ୍ଚଳ ମହୁଲ ବରେଇ ବାବୁରିବଣର ଶିହାଳିଗୁହା ଚିକିଟାମାଟିଠାରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ ଶରତପାଳଙ୍କ ନାମରେ ଚାଲିଥିବା ମହାବିଦ୍ୟାଳୟ ଏଥି ମଧ୍ୟରେ ୨୫ ବର୍ଷରେ ପହଁଚିଥିବାରୁ ମହାବିଦ୍ୟ।।ଳୟରେ ରୌପ୍ୟଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ୧୯୯୪ ମସିହାରେ ଏହି ଅନୁଷ୍ଠାନର ସ୍ଥାପନା ହୋଇଥିଲା । ସ୍ୱର୍ଗତ ଆଦିବାସୀ ପିଲାଙ୍କ ବିକାଶର ପରିକଳ୍ପନା ନେଇ ଶରତପାଳଙ୍କ ପୁତ୍ର ପ୍ରବୀର ପାଳ, ଜୟନ୍ତ ପାଳ ଓ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ସୁଧାଂଶୁ ଶେଖରଙ୍କ ଉଦ୍ୟମରେ ସହଯୋଗର ହାତ ବଢାଇଥିଲେ ଏହି ଅଞ୍ଚଳର ବିଶିଷ୍ଟ ମ।।ନ୍ୟଗଣ୍ୟ ବ୍ୟକ୍ତି ଚତୁର୍ଭୂଜ କଲିଆ, ପରମେଶ୍ୱର କଲିଆ ଓ ହାତୀରାମ ମହାନ୍ତ । ଏମାନଙ୍କ ଦ୍ୱାରା ମହୁଲ ବରେଇ ବାବୁରିବଣର ଶିହାଳିଗୁହା ଚିକିଟାମାଟିଠାରେ ଜମି ଦାନ କରିଥିଲେ । ବିଗତ ୨୫ ବର୍ଷ ମଧ୍ୟରେ ମହାବିଦ୍ୟାଳୟ ବହୁ ଗୌରବ ହାସଲ କରିଛି ।ତେଣୁ ମହାବିଦ୍ୟାଳୟ ପକ୍ଷରୁ ରୌପ୍ୟ ଜୟନ୍ତୀକୁ ଧୂମଧାମରେ ପାଳନ କରିବାକୁ ଆୟୋଜନ ଆରମ୍ଭ ହୋଇଯାଇଛି । ଏହି ଜୟନ୍ତୀ ଅବସରରେ ସମ୍ମାନୀୟ ଅତିଥି ଭାବେ ସୁଧାଂଶୁ ଘୋଷ, ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ବିଶେଶ୍ବର ଟୁଡୁ, ଅନ୍ୟତମ ସମ୍ମାନୀୟ ଅତିଥି ସରସକଣା ବିଧାୟକ ବୁଢାନ ମୁର୍ମୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Related posts

ବଲାଙ୍ଗୀର ଅଗ୍ରସେନ ଭବନ ରେ ଧୁମ ଧାମ ରେ ପାଳନ ହେଲା ମହାବୀର ଜୟନ୍ତୀ

mahabharatanews

ବେରବୋଇରେ ଗାନ୍ଧିଜୀଙ୍କ ସ୍ମୃତି ପୀଠର ବିକାଶ କରାଯିବ, ମଡେଲ ସ୍କୁଲ ସ୍ଥାପନ ହେବ

mahabharatanews

ଆଉ ୧୫ ଜଣଙ୍କ କରୋନାରେ ମୃତ୍ୟୁ

mahabharatanews