ଓଡିଶା

ବଲାଙ୍ଗୀର ଅଗ୍ରସେନ ଭବନ ରେ ଧୁମ ଧାମ ରେ ପାଳନ ହେଲା ମହାବୀର ଜୟନ୍ତୀ

ବଲାଙ୍ଗୀର: ଜୈନ ସମାଜ ତରଫରୁ ବଲାଙ୍ଗୀର ସ୍ଥିତ ତେରାପନ୍ତ ଭବନ ଠାରେ ୨୨ତମ ଶ୍ରୀ ମହାବୀର ଜୟନ୍ତୀ ପାଳନ ହୋଇଯାଇଛି । ବଲାଙ୍ଗୀର ଜୈନ ଶାଖାର ଅଧ୍ୟକ୍ଷ ଧ୍ରୁବ କୁମାର ଜୈନଙ୍କ ସଭାପତିତ୍ୱ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ପୌରପାଳିକା ଅଧକ୍ଷା ଲିକା ସାହୁ ଓ ସମ୍ମାନିତ ଅତିଥି ଭାବରେ ଶ୍ରୀ ଜୈନ ଶ୍ଵେତାମ୍ବର ତେରାପନ୍ତୀ ସଭାର ରାଜ୍ୟ ଉପସଭାପତି ମନୋଜ ଜୈନ, ତେରାପନ୍ତ ମହିଳା ମଣ୍ଡଳ ଅଧ୍ୟକ୍ଷା ମମତା ଜୈନ ମଞ୍ଚାସୀନ ଥିଲେ । ପ୍ରଥମେ ତେରାପନ୍ତ ମହିଳା ମଣ୍ଡଳ ତରଫରୁ ମଙ୍ଗଳା ଚରଣ କରାଯାଇଥିଲା । ଅତିଥିବୃନ୍ଦ ସହ ଡ଼. ବିଶ୍ଵଜିତ କାନୁନଗୋ, ସରିତା ମୋଦୀ, ଶ୍ରୟଃସୀ ଜେନ ଜୈନ, ସଂଜୀବ ଜୈନ ପ୍ରମୁଖ ଶ୍ରୀ ମହାବୀରଙ୍କ ସତ୍ୟ ଓ ଅହିଂସା ମାଧ୍ୟମରେ ମାନବତାର ପାଠ, ଅଜ୍ଞାନରୁ ଅନ୍ଧକାର ଦୂରୀକରଣ , ଜୀବ ପ୍ରତି ଦୟା ଭାବ ବିଷୟରେ ମତବ୍ୟକ୍ତ ରଖିଥିଲେ । ସନ୍ତୋଷ ଜୈନ, ଶ୍ୱେତା ଜୈନ, କୋମଳ ଚଉଧୁରୀ ଗୀତକା ପାଠ କରିଥିଲେ । ଜ୍ଞାନଶାଳର କୁନି ବାଳକ ଓ ବାଳିକା ଗଣ ଗୀତିକା ତଥା ବର୍ଣ୍ଣବୋଧ ଗାନ କରିଥିଲେ । ଯୁବ ପରିଷଦ ସଭାପତି ସୁମିତ ଜୈନ, ସମ୍ପାଦକ ସୌରଭ ଜୈନ, ଶାଖା ସଚିବ ଶେଲେଶ ଜୈନ କୋଷାଧ୍ୟକ୍ଷ ସୁବୋଧ ଜୈନ, ସୁବାଷ ଜୈନ ତଥାପି ଅନ୍ୟମାନେ ଉପସ୍ଥିତ ରହି ବିଶେଷ ସହଯୋଗ କରିଥିଲେ । ଶେଷରେ ସଂଜୀବ ଜୈନ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts

 ଆଜି ଗାନ୍ଧୀ ଜୟନ୍ତୀ

mahabharatanews

ଆଜି ଦାୟିତ୍ୱ ନେବେ ପ୍ରଦୀପ କୁମାର ଜେନା |

mahabharatanews

 ଥମୁନି ହାତୀପଲଙ୍କ ଉପଦ୍ରବ

mahabharatanews

Leave a Comment