(ମହାଭରତ): ବର୍ତ୍ତମାନ ସମୟର ସବୁଠାରୁ ବଡ ଚିନ୍ତା ହେଉଛି ସଜନ ସମସ୍ୟା । ପ୍ରାୟ ସମସ୍ତେ ସ୍ଲିମ ଓ ଫିଟ ରହିବାକୁ ଚାହୁଁଥିଲେ ହେଁ ବ୍ୟସ୍ତବହୁଳ ଜୀବନରୁ ସମୟ କାଢିବା ଅନେକଙ୍କ ପକ୍ଷରେ ସମ୍ଭବ ହୋଇପାରୁନାହିଁ । ତେବେ ଏଥିରେ ବ୍ୟସ୍ତ ହେବାର କିଛି ନାହିଁ । କିଛି କିଛି ଛୋଟ ଛୋଟ କଥା ଅଛି, ଯାହାକୁ ଉପଯେ।।ଗ କଲେ ଆପଣ ବି ଫିଟ୍ ରହିପାରିବେ । ଏଥିପାଇଁ ଆପଣଙ୍କୁ ଅତିରିକ୍ତ ସମୟ ବି ଦେବାକୁ ପଡିବ ନାହିଁ । ସେଥିରୁ ଗୋଟିଏ ହେଉଛି ଲେମନଗ୍ରାସ ଟି’ର ସେବନ । ଗ୍ରୀନଟି ଟି ପରି ବଜାରରେ ଏହି ଟି ଉପଲବ୍ଧ ହେଉଛି । ଏହାର ଗନ୍ଧ ଲେମ୍ବୁ ପରି ଓ ସ୍ୱାଦ କମଳା ପରି । ଏହା ଆପଣଙ୍କ ଫିଟ୍ ରଖିପାରିବେ । ତା’ହେଲେ ଆସନ୍ତୁ ଜାଣିବା ଏହାର ସ୍ୱାସ୍ଥ୍ୟ ଉପକାରୀ ଗୁଣ ସମ୍ପର୍କରେ ।
୧- ଲେମନଗ୍ରାସ୍ ଟି ପିଇଲେ ଡାଇବେଟିସ୍ , ହୃଦରୋଗ ଓ ବ୍ଲଡପ୍ରେସର ଭଳି ମାରାତ୍ମକ ରୋଗ ନିୟନ୍ତ୍ରଣରେ ରହିଥାଏ ।
୨- ଲେମନଗ୍ରାସ ଟିକୁ ବ୍ୟବହାର କରିବା ଦ୍ୱାରା ଓଜନ କମିବା ସହ ଥକାପଣ ଓ ମୁଣ୍ଡବିନ୍ଧା ଦୂର ହୋଇଥାଏ । ଏହା ଶରୀରରେ ପେନ୍ କିଲର୍ ପରି କାମ କରିଥାଏ ।
୩- ଏଥିରେ ପ୍ରଚୁର ପରିମାଣର ଆଣ୍ଟି-ଆକ୍ସିଡାଣ୍ଟ ଓ ଆଣ୍ଟି-ମାଇକ୍ରୋବାୟଲ ଗୁଣ ରହିଛି,ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।
୪- ନିୟମିତ ଭାବରେ ଲେମନଗ୍ରାସ୍ ଟି ପିଇଲେ ଷ୍ଟ୍ରେସ୍ କମ୍ ହେବା ସହିତ ମୁଡ୍ ଠିକ୍ ରହିଥାଏ ।
୫- ଲେମନଗ୍ରାସ ଟି କମ୍ କ୍ୟାଲେରୀଯୁକ୍ତ ହୋଇଥିବାରୁ ଏହାକୁ ସେବନ କରିବା ଦ୍ୱାରା ଶରୀରର ଓଜନ କମ୍ ହେବା ସହ ଖାଦ୍ୟ ଶୀଘ୍ର ହଜମ ହୋଇଥାଏ ।
୬- ଖାଇବା ପୂର୍ବରୁ ଏହିଟିକୁ ପିଅନ୍ତୁ । ଏଥିରେ ଥିବା ପଲିଫେନୋଲ ତତ୍ତ୍ୱ ଶରୀରରେ ଉର୍ଜା ପରି କାମ କରିଥାଏ ।
୭- ଯଦି ଆପଣ ଏହାକପୁ ନିୟମିତ ରୂପରେ ପିଉଛନ୍ତି, ତେବେ ଏହା ଶରୀରରୁ ଅତିରିକ୍ତ ଜଳ ବାହାର କରିବାରେ ସାହାଯ୍ୟ କରିଥାଏ ।