ଓଡିଶା

ଶାମ୍ବ ଦଶମୀ ପାଇଁ କୋଣାର୍କ ଚନ୍ଦ୍ରଭାଗା ଚଳଚଞ୍ଚଳ

ଗୋପ: ଅ।ଜି ହେଉଛି ପବିତ୍ର ଶାମ୍ବଦଶମୀ । ଶାମ୍ବ ଦଶମୀ ପାଇଁ ଚଳଚଞ୍ଚଳ ହୋଇ ଉଠିଛି କୋଣାର୍କର ଚନ୍ଦ୍ରଭାଗା ପୀଠ । ହଜାର ହଜାର ଶ୍ରଦ୍ଧାଳୁ ପରିବାରର ମଙ୍ଗଳ କାମନାକରି ଏକାଠି ହୋଇଥିଲେ ଚନ୍ଦ୍ରଭାଗାରେ । ଶ୍ରଦ୍ଧାଳୁମାନେ ପ୍ରାତଃ ସମୟରେ ପ୍ରଭୁ ସୂର୍ଯ୍ୟନାରାୟଣଙ୍କୁ ଦୀପଦାନ କରିବା ସହିତ ପୂଜାର୍ଚ୍ଚନା କରି ପିଲାଙ୍କର ମଙ୍ଗଳକାମନା କରିଥିଲେ । ଏହାପରେ ଅନନ୍ତ ଅବଦୂତ ମଠରୁ ସୂର୍ଯ୍ୟରଥ ବାହାରି ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଯାଇଥିଲା ।

ଅ ।ଜିର ଦିନରେ ପ୍ରାତଃ ସମୟରେ ସୂର୍ଯ୍ୟଙ୍କୁ ଅ ।ରାଧନା କଲେ ନାନାଦି ରୋଗରୁ ଉପଶମ ମିଳିଥାଏ ବୋଲି ବିଶ୍ୱାସ ରହି ଅ ।ସିଛି । ଏଥିପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ ଜମିଥିଲା ଚନ୍ଦ୍ରଭାଗାରେ । ପୌରାଣିକ କଥାନୁସାରେ ଶ୍ରୀକୃଷ୍ଣଙ୍କର ପୁଅ ଶାମ୍ବ ଅ ।ଜିର ଦିନରେ ସୂର୍ଯ୍ୟଙ୍କୁ ଉପାସନା କରି କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ । ଏହି ବିଶ୍ୱାସରେ ଶ୍ରଦ୍ଧାଳୁ ମାନେ ନିଜ ପିଲା ମାନଙ୍କୁ ବିଭିନ୍ନ ରୋଗରୁ ମୁକ୍ତି ଦେବା ପାଇଁ ଚନ୍ଦ୍ରଭାଗାରେ ସୂର୍ଯ୍ୟପୂଜା କରିବାର ଦେଖିବାକୁ ମିଳିଥିଲା । ଏଠାରେ ପୂଜାର୍ଚ୍ଚନା କରିବା ଦ୍ୱାରା ପିଲା ମାନେ ରୋଗରୁ ମୁକ୍ତି ପାଇଥିବାର ବିଶ୍ୱାସ ରହିଥିବାର ଶ୍ରଦ୍ଧାଳୁ କୁହନ୍ତି । ସେପଟେ ଅ ।ଜିର ଦିନରେ ସୂର୍ଯ୍ୟପୂଜା ଶ୍ରଦ୍ଧାଳୁମାନେ କରିବା ସହିତ ଅନନ୍ତ ଅବଧୂତ ମଠ ଦ୍ୱାରା ସୂର୍ଯ୍ୟପୂଜା ମହା ଅ ।ଡ଼ମ୍ବରରେ କରାଯାଇଛି । ମଠରୁ ବିରଚିଂ ନାରାୟଣ ମୈତୈୟାଦିଶ ଉତ୍ସବ ମୂର୍ତ୍ତି କୁ ରଥରେ ନିଅ ।ଯାଇ ଚନ୍ଦ୍ରଭାଗା ନଦୀପୀଠରେ ସୂର୍ଯ୍ୟପୂଜା କରାଯାଇଥିଲା । ପୌରାଣିକ କଥାବସ୍ତୁଅନୁସାରେ କୃଷ୍ଣଙ୍କ ପୁଅ ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବା ପରେ ଚନ୍ଦ୍ରଭାଗା ପୀଠରେ ଯଜ୍ଞକରି ପୂଜାର୍ଚ୍ଚାନା କରିଥିଲେ । ସେହି ଦିନ ଠାରୁ ଏହି ପରଂପରା ପ୍ରଚଳିତ ହୋଇଅ ।ସୁଛି ବୋଲି ଅନନ୍ତ ଅବଧୂତ ମଠ ମହନ୍ତ କହିଥିବା ବେଳେ ଏଠାରେ ଆଜିର ଦିନରେ ସ୍ନାନ କରି ସୂର୍ଯ୍ୟଙ୍କୁ ପୂଜା କଲେ ମହାପୂଣ୍ୟ ମିଳିଥାଏ ବୋଲି ସଂସ୍କୃତି ଗବେଷକ କୁହନ୍ତି ।

Related posts

ଭୁଲ ସ୍ୱୀକାର କଲେ ସମ୍ବିତ ପାତ୍ର

mahabharatanews

କିନ୍ନର ମାନଙ୍କ ବହୁଚରା ମାତା ପୂଜା ଅନୁଷ୍ଠିତ

mahabharatanews

ମହିଳାଙ୍କ ତୁଳନାରେ ପୁରୁଷ କୋରୋନାରେ ଅଧିକ ଆକ୍ରାନ୍ତ ହେଉଛନ୍ତି

mahabharatanews