ଓଡିଶା

ୟୁନିସେଫ ମ୍ୟୁଜିକାଲ ଭିଡିଓରେ ଭାକୁରଗୁଡା ଆଶ୍ରମ ବିଦ୍ୟାଳୟ

ରାୟଗଡା: ନୂଆବର୍ଷ ଉପଲକ୍ଷେ ୟୁନିସେଫ ପକ୍ଷରୁ ସଦ୍ୟ ପ୍ରସ୍ତୁତ ତଥା ସର୍ବସାଧାରଣ ଲାଗି ମୁକ୍ତିଲାଭ କରିଥିବା ମ୍ୟୁଜିକ ଭିଡିଓରେ ରାୟଗଡ଼ା ଜିଲ୍ଲାର ଭାକୁରଗୁଡ଼ା ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଆଦିବାସୀ ନୃତ୍ୟ ଦେଖିବାକୁ ମିଳିଛି । ଆଦିବାସୀ ସଂସ୍କୃତିକୁ ବିଶ୍ୱସ୍ତରରେ ପହଞ୍ଚାଇବାକୁ ଏହି ଭିଡିଓକୁ ୟୁନିସେଫ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡଲରେ ପୋଷ୍ଟ କରିଛ । ଯୁବକ ତଥା ଶିଶୁଙ୍କୁ ଉତ୍ସାହିତ କରିବା ସହ ପ୍ରେରଣା ଦେବା ଲାଗି ଜାତୀୟସ୍ତରରେ ବିଭିନ୍ନ ରାଜ୍ୟର ବିଦ୍ୟାଳୟ ଓ ପିଲାଙ୍କୁ ନେଇ ପ୍ରସ୍ତୁତ ତିନି ମିନିଟର ମ୍ୟୁଜିକାଲ ଭିଡିଓରେ ସର୍ଗିଫୁଲରେ ପ୍ରଦର୍ଶିତ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ନୃତ୍ୟକୁ ସାମିଲ କରାଯାଇଛି । ଯେଉଁଥିରେ ଭାକୁରଗୁଡ଼ା ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନୃତ୍ୟର କିଛି ଅଂଶକ ମଧ୍ୟ ସ୍ଥାନିତ କରାଯାଇଛି । ବିବିଧତାରେ ଭରା ଏହି ନୃତ୍ୟ ସମସ୍ତଙ୍କୁ ବିମୋହିତ କରିଛି । ଚଳିତ ସର୍ଗିଫୁଲ ପ୍ରତିଯୋଗିତାରେ ଦଳଗତ ନୃତ୍ୟରେ ଶ୍ରେଷ୍ଠ ସ୍ଥାନ ଦଖଲ କରି ଛାତ୍ରଛାତ୍ରୀ ପୁରସ୍କୃତ ମଧ୍ୟ ହୋଇଥିଲେ ।

ସ୍ୱଚ୍ଛତା ଲାଗି ଏହି ବିଦ୍ୟାଳୟ ରାଜ୍ୟସ୍ତରରେ ପୁରସ୍କୃତ ହୋଇଛି । ଅଭିନବ କାର୍ଯ୍ୟକ୍ରମକୁ ନେଇ ଅତୀତରେ ୟୁନିସେଫ ପକ୍ଷରୁ ବିଦ୍ୟାଳୟର ସମସ୍ତ ଗତିବିଧିକୁ ନେଇ ସ୍ୱତନ୍ତ୍ର ଭାବେ ପ୍ରାମାଣିତ ଚଳଚ୍ଚିତ୍ର କରାଯାଇଥିବା ବେଳେ ନିକଟ ଅତୀତରେ ୟୁନିସେଫ ରାଜ୍ୟ ପ୍ରମୁଖ ମୋନିକା ନେଲସନ ଓ ରାଜ୍ୟ ୟୁନିସେଫ ଶିକ୍ଷା ବିଭାଗ ପରାମର୍ଶଦାତ୍ରୀ ଲଲିତା ପଟ୍ଟନାୟକ ପ୍ରମୁଖ ପରିଦର୍ଶନରେ ଆସି ପିଲାଙ୍କ କାର୍ଯ୍ୟ ସମୂହ ଦେଖି ଅଭିଭୂତ ହୋଇଥିଲେ । “ସକାଳ ହେଲା, ସପନକୁ ଜାଗ୍ରତ କରିବାର ବେଳ ଆସିଲା , “ଶିଶୁ ଦେଶର ଭବିଷ୍ୟତର ଚଷମା’ ସଂପର୍କିତ ଏହି ସୁନ୍ଦର ଭାବଧାରାର ହିନ୍ଦୀ ମ୍ୟୁଜିକ୍ ଭିଡିଓଟିକୁ ଦୀର୍ଘ ଦିନ ଧରି ପିଲାଙ୍କ ପାଇଁ କାମ କରି ଆସୁଥିବା ଜର୍ମାନୀର ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ରିକି କେଜ୍ ନୂତନ ବର୍ଷ ଅବସରରେ ୟୁନିସେଫ ପାଇଁ ପ୍ରସ୍ତୁତ କରିଛନ୍ତି । ମ୍ୟୁଜିକ ଭିଡିଓ ଦ୍ୱାରା ଆନ୍ତର୍ଜାତୀୟ ମଞ୍ଚରେ ସୁଯୋଗ ପାଇଥିବାରୁ ବିଦ୍ୟାଳୟର ପିଲାମାନେ ଖୁସି ପ୍ରକଟ କରିଥିବା ବେଳେ ବିଦ୍ୟାଳୟର ମୁଖ୍ୟମନ୍ତ୍ରୀ ରଚନା ହୁଇକା ୟୁନିସେଫ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭାଗୀୟ ଅଧିକାରୀଙ୍କ ମାର୍ଗଦର୍ଶନ ତଥା ୟୁନିସେଫ ଓ ଏଟିଏଲସିର ବୈଷିୟକ ସହାୟତା ଯୋଗୁଁ ଆମ ବିଦ୍ୟାଳୟକୁ ସବୁ ସ୍ତରରେ ଭଲ ରୂପେ ଗଢି ତୋଳିବାକୁ ପ୍ରୟାସ କରାଯାଉଛି ।

Related posts

ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ସିବିଆଇ ତଦନ୍ତ ଦାବି 

mahabharatanews

୨୬ରୁ ଖୋଲିବ ଦଶମ, ଦ୍ୱାଦଶ

mahabharatanews

ଭାଲୁ ଆକ୍ରମଣର ଶିକାର ହୋଇ ବୃଦ୍ଧ ଗୁରୁତର

mahabharatanews