ଓଡିଶା

କିନ୍ନର ମାନଙ୍କ ବହୁଚରା ମାତା ପୂଜା ଅନୁଷ୍ଠିତ

ଭଦ୍ରକ : ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ଭଦ୍ରକ ଜିଲ୍ଲା ନୂଆ ବସଷ୍ଟାଣ୍ତ ନିକଟରେ ଥିବା ଶ୍ରୀ ରାମ ମଣ୍ଡପ ଠାରେ କିନ୍ନର ମାନଙ୍କ ବହୁଚରା ମାତା ପୂଜା ଅନୁଷ୍ଠିତ ହୋଇଯାଇଛି । ତାଙ୍କର ଆରାଧ୍ୟ ଦେବତାଙ୍କ ବହୁଚରା ମାତା ପୂଜା ଏହି ପୂଜାରେ କିନ୍ନର ମାନେ ନୂଆ ବସ୍ତ୍ର ବିନ୍ଧି ପ୍ରଥମେ ତାଙ୍କର ଇଷ୍ଟଦେବୀଙ୍କୁ ବିଭିନ୍ନ ପ୍ରକାର ଫଳ ମିଠା ଖଇ ଇତ୍ୟାଦିରେ ପୂଜା କରିବା ପରେ ବନ୍ଦାପନା କରି ତାଙ୍କ ଗୁରୁଙ୍କ ଆଶ୍ରୀବାଦ ନେଇଥାନ୍ତି । ଏହି ପୃଜା ପାଇଁ ସବୁଆଡୁ କିନ୍ନର ମାନେ ଏକାଠି ହୋଇ ଏହି ପୂଜାରେ ସାମିଲ ହୋଇଥିନ୍ତି । ଏହାପରେ ସେମାନଙ୍କ ମଧ୍ୟରେ ନାଚଗୀତ ସହ ଭୋଜିଭାତର ଆସର ଜମିଥାଏ । ଏହି ବହୁଚରା ମାତା ପୂଜା କଲେ ଓଡ଼ିଶାର ସମସ୍ତଙ୍କର ମଙ୍ଗଳ କାମନା ହେବାସହ କିନ୍ନର ମାନଙ୍କର ମଙ୍ଗଳ ହୋଇଥାଏ ବୋଲି ବିଶ୍ଵାସ ରହିଛି । ଏଥିରେ ନାଜରା ଦାଦି,ଗୁରୁ ସୁଇଟି ସାହୁ କିନ୍ନର,ଶିଷ୍ୟ ଶ୍ରାବଣୀ କିନ୍ନର ସହିତ ଅନ୍ୟ କିନ୍ନର ମାନେ ଏହି ବହୁଚରା ମାତା ପୂଜାରେ ଉପସ୍ଥିତ ରହି ଶେଷ କରାଇଥିଲେ ।

Related posts

ହିନ୍ଦୋଳ NAC ଉପାଧ୍ୟକ୍ଷା ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ

mahabharatanews

ଆଇନଜୀବୀ ସାବିତ୍ରୀ ରଥ ଓଡିଶା ହାଇକୋର୍ଟର ବିଚାରପତି ନିଯୁକ୍ତ

mahabharatanews

ଡଙ୍ଗାରେ ଆସି ପହଞ୍ଚିଲେ ୧୬ ମତ୍ସଜୀବୀ

mahabharatanews