ଓଡିଶା

ଶିଶୁରୋଗ ବିଶେଷଜ୍ଞ ନିଲମ୍ବିତ

(ମଧୂସୁଦନ ବହିଦାର)  ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାର ଶିଶୁରୋଗ ବିଶେଷଜ୍ଞ ନିଲମ୍ବିତ । ନିଲମ୍ବିତ ଶିଶୁ ରୋଗ ବିଶେଷଜ୍ଞ ହେଲେ ଡ଼ାକ୍ତର ବିଜୁ ଅଗ୍ରୱାଲ। ଡ଼ାକ୍ତରଖାନାର ନିରାମୟ ଯୋଜନା ରେ ମାଗଣା ଔଷଧ ମହଜୁଦ ଥିବା ସତ୍ତ୍ବେ ରୋଗୀ ଙ୍କୁ ବାହାର କମ୍ପାନୀର ଔଷଧ ଲେଖିଥିଲେ । ଆଜି ସ୍ବାସ୍ଥ୍ୟ ସଚିବ ଙ୍କ ପରିଦର୍ଶନ ସମୟରେ ଧରାପଡିଥିଲେ । ସ୍ବାସ୍ଥ୍ୟ ସଚିବ ଡ଼ ପ୍ରମୋଦ କୁମାର ମେହେର୍ଦ୍ଦା ଙ୍କ ପରାମର୍ଶ କ୍ରମେ ଡ଼ାକ୍ତର ଅଗ୍ରୱାଲ ଙ୍କୁ ଚାକିରୀ ରୁ ନିଲମ୍ବିତ କଲେ ରାଜ୍ୟ ସରକାର । ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାର ମେଡ଼ିକାଲ ଅଫିସର ଡ଼ାକ୍ତର ଦିଲିପ ବିଶ୍ବାଳ ଙ୍କ ବିରୁଦ୍ଧରେ ମଧ୍ୟ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Related posts

୨ କିଲୋ ୱାଟ ପର୍ୟ୍ୟନ୍ତ ଥିବା ୮ ଲକ୍ଷ ୭୫ ହଜାର ମିଟର କୁ ବଦଳାଇ ଲଗାଯିବ ସ୍ମାର୍ଟ ମିଟର

mahabharatanews

ବଜ୍ରକାପ୍ତା ଚୋରା ଚାଲାଣକାରୀ ଗିରଫ

mahabharatanews

ବିଶି‌ଷ୍ଟ ନାଟ୍ୟକାର ଓ ସଂଳାପକାର ରଣଜିତ୍‌ ପଟ୍ଟନାୟକଙ୍କର ହୃଦ୍‌ଘାତରେ ପରଲୋକ

mahabharatanews