(ମହାଭାରତ, ସୁନ୍ଦରଗଡ): ସୁନ୍ଦରଗଡ ଜିଲ୍ଲା ଭଷ୍ମା ଥାନା ଅଞ୍ଚଳରେ ଅଶ୍ଳୀଳ ଭିଡିଓ ଦେଖାଇ ଜଣେ ୭ ବର୍ଷର ଶିଶୁ କନ୍ୟାକୁ ତାର ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତ ଦାଦା ତେଲେସ୍ଫର ଟପନୋଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଶିଶୁ କନ୍ୟାର ବାପା ମାଆଙ୍କ ମୃତ୍ୟୁ ହୋଇ ସାରିଥିବାରୁ ସେ ତାଙ୍କ ଆଈ ଘରେ ରହି ପାଠ ପଢନ୍ତି । ଗତ ଜାନୁଆରୀ ୧୫ ତାରିଖରେ ଶିଶୁ କନ୍ୟାଟି ଘରେ ଏକୁଟିଆ ଥିବା ଦେଖି ଅଭିଯୁକ୍ତ ତାଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇଲା ପରେ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ଏହି ସମୟରେ ଶିଶୁ କନ୍ୟାର ଆଈ ଘରକୁ ଆସିଯିବାରୁ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲା । ଏନେଇ ଶିଶୁ କନ୍ୟାର ଆଈ ଗାଁ ଲୋକଙ୍କୁ ଜଣାଇଥିଲେ । କିନ୍ତୁ ଗାଁରେ ସମସ୍ୟାର ସମାଧାନ ନହେବାରୁ ଶୁକ୍ରବାର ଦିନ ଥାନାକୁ ଆସି ଏତଲା ଦେଇଥିଲେ । ଏହାକୁ ଆଧାର କରି ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ।
previous post