ଅପରାଧ

ଷ୍ଟେସନ ପ୍ଲାଟଫର୍ମରୁ ଗଞ୍ଜେଇ ଜବତ, ୧ ଗିରଫ

(ମହାଭାରତ, ଟିଟିଲାଗଡ): ଟିଟିଲାଗଡ ରେଲୱେ ଷ୍ଟେସନ ପ୍ଲାଟଫର୍ମରୁ ସୋମବାର ଜଣେ ବ୍ୟକ୍ତି ଠାରୁ ଜିଆରପି ପୋଲିସ ୩୦ କେଜି ଗଞ୍ଜେଇ ଜବତ କରିଛି । ସୂଚନା ଅନୁଯାୟୀ, ସୁନ୍ଦରଗଡ ଜିଲ୍ଲା କୁନନ୍ଦି ଗାଁର ଶିବରାମ ଡାକୁଆ ଷ୍ଟେସନ ପ୍ଲାଟଫର୍ମରେ ସନ୍ଦେହ ଜନକ ଭାବେ ବୁଲୁଥିଲେ । ପୋଲିସର ସନ୍ଦେହ ହେବାରୁ ଜିଆରପି ଥାନା ଆଇଆଇସିଙ୍କ ତତ୍ତ୍ୱାବଧାନରେ ତାର ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ସମ୍ପୃକ୍ତ ବ୍ୟକ୍ତି ଠାରୁ ୨ଟି ପ୍ୟାକେଟରେ ୩୦ କେଜିରୁ ଉଦ୍ଧ୍ୱର୍ ଗଞ୍ଜେଇ ଥିବା ଜଣାପଡିଥିଲା । ପରେ ଗଞ୍ଜେଇ ଜବତ କରାଯିବା ସହ ଶିବରାମକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Related posts

ଜାଲ ସାର୍ଟିଫିକେଟ ଦେଇ ଚାକିରୀ ହାତଉଛନ୍ତି ଶିକ୍ଷକ

mahabharatanews

ଶାଢ଼ି କିଲର ଆତଙ୍କ, ଗୋଟିଏ ଢଙ୍ଗରେ ୯ ମର୍ଡର

mahabharatanews

ବ୍ୟବସାୟୀ ଅପହରଣ ଓ ଦାଦାବଟି ଆଦାୟ ମାମଲା: ସମସ୍ତ ଅଭିଯୁକ୍ତଙ୍କୁ ତଡିପାର କରିବ ପୁଲିସ

mahabharatanews