ଅପରାଧଓଡିଶା

ଜାଲ ସାର୍ଟିଫିକେଟ ଦେଇ ଚାକିରୀ ହାତଉଛନ୍ତି ଶିକ୍ଷକ

ଜାଲ ସାର୍ଟିଫିକେଟ ଦେଇ ହାତଉଛନ୍ତି ଚାକିରୀ । ସାରା ରାଜ୍ୟରେ ଜାଲ ସାର୍ଟିଫିକେଟ ଦାଖଲ କରି ଶିକ୍ଷକ ଚାକିରି କରିଥିବା ଅନେକ ଖବର ସାମ୍ନାକୁ ଆସୁଛି । ଆଉ ଏବେ ଜଣେ ଜାଲ୍ ସାର୍ଟିଫିକେଟ ଦେଇ ଚାକିରୀ ହାତେଇତିବାର ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀ ପଞ୍ଚାୟତସ୍ଥ ତିଗିରିଆର ଫୁଲମଣି ଉଚ୍ଚ ବିଦ୍ୟାପୀଠରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଜାଲ ସାର୍ଟିଫିକେଟ ଦେଇ ୨୦୦୭ ମସିହାରୁ ଏହି ସ୍କୁଲରେ ତାପସ କୁମାର ଦାସ ଚାକିରି କରିଥିବା ଅଭିଯୋଗ ହେଉଛି।  ତାଙ୍କ ସମ୍ପର୍କରେ ତିଗିରିଆ ଗ୍ରାମର ସ୍ୱେଚ୍ଛାସେବୀ ଦିଲୀପ କୁମାର ଦଣ୍ଡପାଟ ବାଲେଶ୍ୱର ଜିଲ୍ଲାପାଳ ଏବଂ ଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରିଛନ୍ତି । ତେବେ ଘଟଣାକୁ ନେଇ ଶିକ୍ଷକ ତାପସ ଦାସଙ୍କ କୌଣସି ପ୍ରତିକ୍ରିୟା ମିଳି ନଥିବା ବେଳେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କହିଛନ୍ତି ଯେ DEOଙ୍କର ଚିଠି ଆସିଛି, ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସେହିପରି ଜଳେଶ୍ୱର ବ୍ଲକର ଚକ୍ରଡା ଗ୍ରାମର ବିଷ୍ଣୁପ୍ରିୟା ମଣ୍ଡଳ ଭୋଗରାଇ ବ୍ଲକର କାଉବାଣୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଅଛନ୍ତି, ସେ ନକଲି ଜାତି ସାର୍ଟିଫିକେଟ ଦେଇ ଚାକିରି ହାତେଇଛନ୍ତି ବୋଲି ସେହି ଗ୍ରାମର ରଞ୍ଜନ କୁମାର ମାଝୀ RTI ତଥ୍ୟ ପାଇବା ପରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ତେବେ ଏ ସମ୍ପର୍କରେ ଭୋଗରାଇ BEO ନିହାର ରଞ୍ଜନ ଦାସଙ୍କୁ ପଚାରିବାରୁ ଆମ ପାଖକୁ ଅଭିଯୋଗ ଆସିଛି, ତଦନ୍ତ ଚାଲିଥିବା କହିଥିବା ବେଳେ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କରିଛନ୍ତି।

ଶିକ୍ଷା ସତ୍ୟର ମାର୍ଗ ଦେଖାଉଥିବା ବେଳେ ଶିକ୍ଷା ବ୍ୟବସ୍ଥାରେ ଏଭଳି ମିଥ୍ୟା ପ୍ରମାଣପତ୍ର ନିଶ୍ଚୟ ଏକ ପରିତାପର ବିଷୟ। ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ସହିତ ବିଭାଗ ସଚେତନ ହେଉ ବୋଲି ଦାବି ହେଉଛି।

Related posts

କ୍ରାଇମ ବ୍ରାଞ୍ଚ ଏଡିଜି କହିଲେ ସନ୍ଦିଗ୍ଧଙ୍କର ହେବ ଲାଇ ଡିଟେକ୍ସନ

mahabharatanews

ରାଜ୍ୟରେ ୧୦୯୯ ଖାଲି ଏଏନଏମ ପଦବୀ ପୂରଣ କରାଯିବ: ନବ ଦାସ

mahabharatanews

ଗଜଦନ୍ତ ପଲଙ୍କ ଛାଡି କମ୍ବଳ ଓ ବେଡସିଟରେ ଶୋଇଲେ ପାଠକ ବାପ ପୁଅ

mahabharatanews