Uncategorized

ସନ୍ଧ୍ୟା ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଚଟପଟା ‘ସୁଜି ଆପେ’

(ମହାଭାରତ): ସନ୍ଧ୍ୟା ସମୟରେ କିଛି ଚଟପଟା ଟିଫିନ କରିବାକୁ ଇଚ୍ଛା ହେଉଛି କି ତେବେ ଘରେ ପ୍ରସ୍ତୁତ କରନ୍ତୁ ସୁଜି ଆପେ । ଏହା ସ୍ୱାଦିଷ୍ଟ ଡିସ୍ ଛୋଟ ପିଲାଠୁ ବୟସ୍କ ଲୋକମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ ଆସିଥାଏ । ତେବେ ଆସନ୍ତୁ କିପରି ପ୍ରସ୍ତୁତ କରିବେ ସୁଜି ଆପେ ଆଜି ଆମେ ଆପଣଙ୍କୁ ସେ ବିଷୟରେ ଟିପ୍ସ ଦେବୁ ।
ଆବଶ୍ୟକୀୟ ସାମଗ୍ରୀ:
ସୁଜି, ଦହି, ସୋରିଷ- ଜୀରା ବଟା, କଟା ପିଆଜ, କଞ୍ଚାଲଙ୍କା ବଟା, ଭୁର୍ସୁଙ୍ଗ ପତ୍ର, କଟା ଟମାଟୋ, ସ୍ୱାଦ ଅନୁସାରେ ଲୁଣ, ଖାଇବା ସୋଢା ଓ ତେଲ ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଏକ କଡେଇରେ ତେଲ ଗରମ କରି ସେଥିରେ ସୋରିଷ-ଜୀରା ବଟା, କଟା ପିଆଜ, କଞ୍ଚାଲଙ୍କା ବଟା, ଭୁର୍ସୁଙ୍ଗ ପତ୍ର ଓ କଟା ଟମାଟୋ ପକାଇ ଭାଜି ରଖନ୍ତୁ । ଏବେ ଆଉ ଏକ ପାତ୍ରରେ ଦହି ଓ ପାଣି ମିଶାଇ ସେଥିରେ ସୁଜି ପକାଇ ଭଲଭାବେ ଗୋଳାନ୍ତୁ । ଏହାପରେ ଦହି ଓ ସୁଜି ମିଶ୍ରଣରେ ଭଜା ମସଲା, ଲୁଣ ଓ ଖାଇବା ସୋଢା ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ ।

ଏବେ ଏକ ଛାଞ୍ଚରେ ତେଲ ମାରି ମସଲାଗୋଳା ସୁଜିକଚ ରଖି ଘୋଡଣୀ ଘୋଡାଇ ଦିଅନ୍ତୁ । ୫ ମିନିଟ୍ ପରେ ଘୋଡଣୀ ବାହାର କରି ତାକୁ ଲେଉଟାଇ ଦେଇ ପୁଣି ଘୋଡଣୀ ଘୋଡାଇ ଦିଅନ୍ତୁ । ଦୁଇ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ ସ୍ୱାଦିଷ୍ଟ ‘ସୁଜି ଆପେ’ ।

Related posts

ମୁସଲିମ ଲିଗ ପାଇଁ ଲଢିବେ କପିଲ ସିବଲ୍

mahabharatanews

ବୁଡିଗଲା ପ୍ରବାସୀ ଜାହାଜ

mahabharatanews

ରାଜ୍ୟସଭାର ଦ୍ୱିତୀୟ ଇଂନିସ ଆରମ୍ଭ କଲେ ସସ୍ମିତ

mahabharatanews

Leave a Comment