Uncategorized

ସମନ୍ୱିତ ଶିଶୁ ସୁରକ୍ଷା ଯୋଜନା ନେଇ ସଚେତନତା ଶିବିର

(ମହାଭାରତ, ଖୋର୍ଦ୍ଧା): ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଖୋର୍ଦ୍ଧା ବ୍ଲକ ସମ୍ମିଳନୀ କକ୍ଷରେ ଦିନିକିଆ ସମନ୍ୱିତ ଶିଶୁ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ବାଣିଶ୍ରୀ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ । ଏଥିରେ ଖୋର୍ଦ୍ଧା ଏବଂ ଟାଙ୍ଗୀ ବ୍ଲକର ସରପଞ୍ଚମାନେ ଉପସ୍ଥିତ ଥିଲେ । ଶିଶୁ ମଙ୍ଗଳ କମିଟିର ସଭ୍ୟ ଏନ. ଟୁନା ସାହୁ ଏବଂ ରାଜ୍ୟ ମହିଳା କମିଶନର ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି ଯୋଗ ଦେଇ ଶିଶୁ ଅଧିକାର, ଶିଶୁ ସୁରକ୍ଷା ଓ ଏନେଇ ସରପଞ୍ଚମାନଙ୍କ ଦାୟିତ୍ୱ ଓ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ । ଏହି ସଚେତନତା ଶିବିରରେ ଟାଙ୍ଗିଆପଡା, ମଲ୍ଲିପୁର, ହଳଦିଆ, ପୁବୁସାହି, କୁରାଢମଲ୍ଲ ଗ୍ରାମ ପଞ୍ଚାୟତର ସରପଞ୍ଚମାନେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ରଞ୍ଜନ କୁମାର ଗୋଚ୍ଛାୟତ ଏବଂ ଗୀତାଞ୍ଜଳି ମହାନ୍ତି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

Related posts

କଏଦୀଙ୍କ ମତଦାନ ଅଧିକାରକୁ ନେଇ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ

mahabharatanews

୧୧ ମାସ ତାଲିମ ନେବେ ‘ଗଗନଯାନ’ ମହାକାଶଚାରୀ

mahabharatanews

ଶିକ୍ଷୟିତ୍ରୀଙ୍କୁ ଦଉଡିରେ ବାନ୍ଧି ପିଟିଲେ ଟିଏମସି ନେତା

mahabharatanews