ଅପରାଧ

ସାମାନ୍ୟ ବଚସାରୁ ବାପାଙ୍କୁ ମାରି ପୁଅର ଆତ୍ମହତ୍ୟା

(ମହାଭାରତ, ନୂଆପଡା): ନୂଆପଡା ଜିଲ୍ଲା କୋମନା ଥାନା ଗାଡିବେଡା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାମାନ୍ୟ ବଚସାକୁ ନେଇ ବାପାଙ୍କୁ ପଥରରେ ଛେଚି ପୁଅ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗାଡିବେଡା ଗାଁ ଆମପଡାରେ ବାପା ରାମ ସିଂ ମାଝୀଙ୍କର ପୁଅ ଦେବ ମାଝୀଙ୍କ ସହ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏଥିରେ ପୁଅ ହଠାତ ରାଗି ଯାଇ ବାପାଙ୍କ ମୁଣ୍ଡରେ ପଥର କଚାଡି ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାପା ରାମ ସିଂ ମାଝି ପ୍ରାଣ ହରାଇଥିଲେ । ଏଥିରେ ଭୟଭୀତ ହୋଇ ପୁଅ ଘଟଣାସ୍ଥଳରୁ କିଛି ଦୂର ଯାଇ ଏକ ବାହାଡା ଗଛରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ । ତେବେ ମୃତ ବାପା ରାମ ସିଂଙ୍କର ଦ୍ୱିତୀୟ ପୁଅ ଗାଁ କିଛି ଲୋକଙ୍କ ସହ କୋମନା ଥାନା ଆସି ଘଟଣା ସମ୍ପର୍କରେ ଜଣାଇଥିଲେ । ପୋଲିସ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

Related posts

ଶିକ୍ଷକ ଦମ୍ପତିଙ୍କୁ ଭୁଜାଲିରେ ଆକ୍ରମଣ କଲେ ତିନ ଦୁର୍ବୁତ୍ତ

mahabharatanews

ଯୁବତୀଙ୍କୁ ଏସିଡ ମାଡ କରି ଅଭିଯୁକ୍ତ ଫେରାର

mahabharatanews

ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ୬ ପୁଲିସ କର୍ମଚାରୀ ନିଲମ୍ବିତ

mahabharatanews