ଓଡିଶା

ସ୍କୁଲ ପାଚେରି ଭାଙ୍ଗିଲେ ଝାଡଖଣ୍ଡୀ ହାତୀପଲ

(ମହାଭାରତ,କରଞ୍ଜିଆ): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜରେ ହାତୀ ଉପଦ୍ରବ ବୃଦ୍ଧି ପାଇଛି । ଏଠାରେ ଏକ ଝାଡଖଣ୍ଡୀ ହାତୀପଲ ଉତ୍ପାତ କରୁଥିବା ଜଣାଯାଇଛି । ଏହି ପଲରେ ୨୨ଟି ହାତୀ ଅଛନ୍ତି । ଗତକାଲି ରାତିରେ ନିକଟସ୍ଥ ରାଉତାଲିପାଟ ଗାଁରେ ଥିବା ଆଶ୍ରମ ବିଦ୍ୟାଳୟର ପାଚେରି ଭାଙ୍ଗିବା ସହ ସେହି ଗାଁର ଜଣେ ବ୍ୟକ୍ତିଙ୍କ ଘରକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । ଏହାସହ ଗାଁରେ କିଛି ଲୋକଙ୍କ ପନିପରିବା ଫସଲ ଓ କଦଳୀ ଚାଷକୁ ମଧ୍ୟ ନଷ୍ଟ କରିଦେଇଛନ୍ତି । ସେହିପରି ବେଗୁନିଆବିନ୍ଧା ଗାଁରେ ଏହି ହାତୀପଲ ମାତି ଦୁଇ ଜଣଙ୍କ ଘରର ଝରକା ଭାଙ୍ଗି ଦେଇଛନ୍ତି । ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ଘରୁ ବାହାରିବା ପ୍ରାୟ ବନ୍ଦ କରିଦେଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ମାତିଥିବା ହାତୀପଲର ଉପସ୍ଥିତି ଯୋଗୁ ସ୍ଥାନୀୟ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ ହେଉଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି । ଏହି ହାତୀପଲ ଏବେ ସୁକଋଳି ବ୍ଲକର ମହୁଳିଆ ଶୁଲି ଜଙ୍ଗଲରେ ଥିବା ସ୍ଥାନୀୟ ଫରେଷ୍ଟର କହିଛନ୍ତି ।
ସୂଚନାଯୋଗ୍ୟ, ଗତ ୫ ମାସ ହେବ କରଞ୍ଜିଆ ବନଖଣ୍ଡରେ ଏହି ଝାଡଖଣ୍ଡୀ ହାତୀପଲର ଉପଦ୍ରବ ବଢିଚାଲିଛି । ହାତୀ ଆକ୍ରମଣରେ ଏଠାରେ ଏଯାଏ ୩ ମୃତ୍ୟୁ ହୋଇଛି ।

Related posts

ଯାଜପୁର ନଗଡ଼ା ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ

mahabharatanews

୨୦୨୪ରେ ଲୋକସଭା ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ

mahabharatanews

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

mahabharatanews