ଓଡିଶା

ସାହାରପଡା ବ୍ଲକରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ବିଜୟ କାରୁଆ/ପାଟଣା:– ସାହାରପଡାବ୍ଲକ ବାଇକଳା ପଞ୍ଚାୟତରେ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ମହାରାଷ୍ଟ୍ର ଫେରନ୍ତା ହୋଇ ଥିବା ବେଳେ ବାଇକଳା କ୍ୱାରଣ୍ଟାଇନ ସେଣ୍ଟରରେ ସାତଦିନ ରହି ଥିଲେ। ପରେ ପ୍ରବାସୀଙ୍କ ସ୍ୱାବ ନମୁନା ପରୀକ୍ଷା ନିମନ୍ତେ ପଠାଯାଇ ଥିଲା। ସାତ ଦିନ ପରେ ସରକାରୀ ନିୟମ ଅନୁଯାଇ ପ୍ରବାସୀଙ୍କୁ ଛାଡି ଦେଇ ଥିଲେ । କିନ୍ତୁ ଗୁରୁବାର ଦିନ ପ୍ରବାସୀ ଜଣକ ସ୍ୱାବ ନମୁନା ପଜେଟିପି ବାହାରି ଥିବା ଜଣାପଡିବା ପରେ ପ୍ରବାସୀ ଜଣଙ୍କ ଘରକୁ ବାଇକଳା ସରପଞ୍ଚ କୌଶଲ୍ୟା କାନୁଡ଼ିଆ, ଉଦୟପୁର ମେଡିକାଲ କର୍ମଚାରୀ, ସାହାରପଡା ଫାଣ୍ଡି ଅଧିକାରୀ ମୋନହର ମହାନ୍ତ , ତହସିଲଦାର ଲମ୍ଭୁଧର ଖିଣ୍ଟିଆ, ବିଡ଼ିଓ ଭାଗିରଥି ମଲ୍ଲୀକ ଯାଇ ପ୍ରବାସୀଙ୍କୁ କେନ୍ଦୁଝରଜିଲ୍ଲା କୋଭିଡ଼ି ହସ୍ପିଟାଲକୁ ପଠା ଯାଇଛନ୍ତି। ଏଥି ସହିତ ବାଇକଳା ସରପଞ୍ଚ କୌଶଲ୍ୟା କାନୁଡିଆ ବାଇକଳା ସାତଟି ଗ୍ରାମକୁ ୭୨ଘଣ୍ଟା ପର୍ୟ୍ୟନ୍ତ ସଟଡାଉନ ଘୋଷଣା କରି ବା ସହ ପ୍ରବାସୀଙ୍କ ପରିବାରକୁ ସାତଦିନ ହୋମ କ୍ୱାରଣ୍ଟାଇନରେ ରହିବାକୁ ନିର୍ଦେଶ ଦେଇଛନ୍ତି ।

Related posts

 ସକ୍ରିୟ ରହିଛି ଘୂର୍ଣ୍ଣିବଳୟ,ପ୍ରବଳ ବର୍ଷା ସମ୍ଭାବନା

mahabharatanews

ଚତୁର୍ଥୀ ତିଥିରେ ହେବ ମହାପ୍ରଭୁଙ୍କ ବନକଲାଗି ନୀତି

mahabharatanews

ମୌସୁମୀ ଅଧିବେଶନର ଆଜି ତୃତୀୟ ଦିବସ 

mahabharatanews