Uncategorized

ସିଏଏକୁ ନେଇ ବିଜେପିର ଜନ ସଚେତନତା ଅଭିଯାନ ଆରମ୍ଭ

(ମହାଭାରତ, ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ବିଜେପି ପକ୍ଷରୁ ବଡ ଜନ ସଚେତନା ଅଭିଯାନ ରବିବାର ଠାରୁ ଆରମ୍ଭ ହୋଇଛି । ଲୋକମାନଙ୍କ ମଧ୍ୟରେ ଏହି ଆଇନକୁ ନେଇ ସଚେତନତା ସୃଷ୍ଟି କରିବା ଏହାର ପ୍ରଥମ ଲକ୍ଷ୍ୟ । ଏହି ଅଭିଯାନ ଜାନୁଆରୀ ୧୫ରେ ସରିବ । ଲୋକମାନଙ୍କ ମଧ୍ୟରେ ସିଏଏକୁ ନେଇ ବିରୋଧୀ ଯେଉଁ ଭ୍ରାନ୍ତ ଧାରଣା ସୃଷ୍ଟି କରିଛନ୍ତି ତାକୁ ଦୂର କରିବାକୁ ଦଳର ବରିଷ୍ଠ ନେତାମାନେ ଡୋର-ଟୁ-ଡୋର କ୍ୟାମ୍ପେନରେ ସାମିଲ ହେବେ ବୋଲି ଜଣାପଡିଛି । ଉତ୍ତର ପ୍ରଦେଶରେ ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଗାଜିଆବାଦର ବୈଶାଳି ସେକ୍ଟରରେ ଓ ଲୋହିଆ ନଗର ହିନ୍ଦ ଭବନରେ ଏକ ଜନ ସମ୍ପର୍କ ରାଲିର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ୧୦ ଦିନ ମଧ୍ୟରେ ଭାଜପାର ବଡ ବଡ ନେତାମାନେ ଏହି ଅଭିଯାନ ମାଧ୍ୟମରେ ପ୍ରାୟ ୩ କୋଟି ଜନତାଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି ।

Related posts

ESW ସଂରକ୍ଷଣରେ ବାଜିଲା ସୁପ୍ରିମକୋର୍ଟଙ୍କ ମୋହର

mahabharatanews

ପ୍ୟାଡ ମହିଳା ଏବେ ପାଲଟିଛନ୍ତି ଅନ୍ନଦାତ୍ରୀ

mahabharatanews

ରାମ ମନ୍ଦିର ଟ୍ରଷ୍ଟ: ଅଯୋଧ୍ୟା ପୂଜାରୀଙ୍କୁ ସାମିଲ କରା ନ ଯିବାକୁ ନେଇ ଭିଏଚପିକୁ ନିନ୍ଦା

mahabharatanews