Uncategorized

ସିଏଏ ବିରୋଧୀ ବିଜ୍ଞାପନ ହଟାଇବାକୁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ

(କୋଲକାତା): ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରୁଥିବା ପଶ୍ଚିମବଙ୍ଗ ସରକାରଙ୍କୁ ଜୋରଦାର ଝଟକା ଲାଗିଛି । ଏହାକୁ ବିରୋଧ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ସମସ୍ତ ବିଜ୍ଞାପନ ହଟାଇବାକୁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ୱେବସାଇଟ୍ ଏବଂ ଅନ୍ୟ ସ୍ଥାନରୁ ସିଏଏକୁ ବିରୋଧ କରି ଜାରି ହୋଇଥିବା ସମସ୍ତ ବିଜ୍ଞାପନ ହଟାଇବାକୁ ହାଇକୋର୍ଟରେ ପିଟିସନ ଦାଖଲ କରାଯାଇଥିଲା । ଏହା ଉପରେ ଶୁଣାଣି କରି ହାଇକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କୋଲକାତା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଟିବିଏନ୍ ରାଧାକ୍ରିଷ୍ଣନଙ୍କୁ ନେଇ ଗଠିତ ଡିଭିଜନାଲ ବେଞ୍ଚ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ସିଏଏ ଓ ଏନଆରସି ବିରୋଧରେ ଆଗତ ଏକାଧିକ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଏଏ ଓ ଏନଆରସି ରାଜ୍ୟରେ ଲାଗୁ କରାଇ ଦେବେ ନାହିଁ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଥିଲେ । ଏହାପରେ ବିଭିନ୍ନ ଗଣମାଧ୍ୟମରେ ଏନଆରସି ଓ ସିଏଏ ଲାଗୁ କରାଯିବ ନାହିଁ ବୋଲି ବିଜ୍ଞାପନ ଛପାଯାଇଥିଲା । ତେବେ ଏଗୁଡିକ ବିରୋଧରେ ଦାଖଲ ହୋଇଥିବା ପିଟିସନ ଗୁଡିକର ଶୁଣାଣି କରି ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୯ରେ ହେବ ।

Related posts

ଗୁଆଙଗଚୌ ଯାଇଥିବା ୫ ପାଇଲଟଙ୍କଠାରେ କରୋନା ଚିହ୍ନଟ

mahabharatanews

ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ, ୨ ପର୍ଯ୍ୟଟକଙ୍କ ମୃତ୍ୟୁ

mahabharatanews

ହାସ୍ୟଅଭିନେତା କୁନାଲଙ୍କ ଯାଚିକା ଖାରିଜ

mahabharatanews