Uncategorized

ସିଏଏ ହିଂସାରେ ଆଇଏସଆଇ-ବିଦେଶୀ ବଳ ସାମିଲ: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର

(ମେରଠ): ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଦେଶରେ ହୋଇଥିବା ହିଂସାରେ ଆଇଏସଆଇ ଓ ବିଦେଶ ବଳ ସାମିଲ ଥିବା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସୁଧାଂଶୁ ତ୍ରିବେଦୀ ଅଭିଯୋଗ ଆଣିଛନ୍ତି । କୌଣସି ରାଜନୈତିକ ଦଳର ନାମ ନ ନେଇ ସିଏଏ ହିଂସା ବଢାଇବା ପାଇଁ କିଛି ବିରୋଧୀ ଦଳ କାମ କରୁଛନ୍ତି ବୋଲି ସେ କହିଛନ୍ତି । ଷଡଯନ୍ତ୍ର ରଚି ବିିକ୍ଷୋଭ ପ୍ରଦର୍ଶନ ବେଳେ ହିଂସାକୁ ଉସୁକାଯାଉଛି । ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ୪ ହଜାର ଛାତ୍ର ଥିବା ବେଳେ ଦିଲ୍ଲୀରେ ବିକ୍ଷୋଭ ସମୟରେ ସେଠାରେ କିଭଳି ୪୦ ହଜାର ଲୋକ ସେଠାରେ ପହଞ୍ଚିଥିଲେ ତାହା ଆଶ୍ଚର୍ଯ୍ୟଜନକ ଥିଲା । ଏପରିକି ସିଏଏକୁ ବିରୋଧ ପ୍ରଦର୍ଶନ ବେଳେ ଜାମିଆ ଠାରେ ମୁହଁରେ କପଡା ବାନ୍ଧି, ଏସିଡ ଧରି ବ୍ୟାଗରେ ପଥର ଭରି ଆସିଥିବା ଲୋକେ ବାସ୍ତବରେ ଅପରାଧି ଥିଲେ ବୋଲି ବିଜେପି ମୁଖପାତ୍ର କହିଛନ୍ତି । ଏହା ବ୍ୟତୀତ ପୁରୁଣା କଥା ମନେ ପକାଇ ରାଜ୍ୟସଭା ସାଂସଦ ତ୍ରିବେଦୀ କହିଛନ୍ତି, ୨୦୦୩ରେ ମନମୋହନ ସିଂ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ଅଣମୁସଲିମମାନଙ୍କୁ ଭାରତର ନାଗରିକତା ଦେବାକୁ କହିଥିଲେ ।

Related posts

ଅଗଷ୍ଟ ୨୯ରେ ସ୍ୱତନ୍ତ୍ର ରେଳ ଯୋଗେ ରାଷ୍ଟ୍ରପତିଙ୍କ ଅଯୋଧ୍ୟା ଗସ୍ତ

mahabharatanews

କୋରୋନା ଆତଙ୍କ: ୨୪ ଘଣ୍ଟାରେ ୧୦୩ ମୃତ୍ୟୁ, ଭାରତରେ ୨,୧୫,୮୨୪ ଯାତ୍ରୀଙ୍କ ଥର୍ମଲ ସ୍କ୍ରିନିଂ

mahabharatanews

ଶନିବାର ଦେଶରେ ପୁଣି ୩୪ ହଜାର ୮୮୪ ଆକ୍ରାନ୍ତ ଚିହ୍ନଟ, ୬୭୧ ଜଣଙ୍କ ମୃତ୍ୟୁ

mahabharatanews