Uncategorized

ସିଏଏ ହିଂସା: ଲୋକଙ୍କଠୁ ୮୮ କୋଟି ଭରଣା କରିବ ରେଳବାଇ

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ନାଗରିକତା ଆଇନ ବିରୋଧୀ ପ୍ରଦର୍ଶନରେ ବହୁ କ୍ଷତିଗ୍ରସ୍ତ ହୋଇଥିଲା । ଏହି କ୍ଷୟକ୍ଷତି ପାଇଁ ପଶ୍ଚିମ ବଙ୍ଗ, ବିହାର ଓ ଆସାମରୁ ୨୧ ଲୋକଙ୍କୁ କରାଯାଇଛି । ଏମାନଙ୍କଠାରୁ ରେଳବାଇର ହୋଇଥିବା ୮୮ କୋଟି ଟଙ୍କା ସଂଗ୍ରହ କରାଯିବ ।

ନାଗରିକତା ଆଇନ ବିରୋଧୀ ହିଂସାରେ ହୋଇଥିବା କ୍ଷୟକ୍ଷତିକୁ ନେଇ ରେଳବାଇ ପୁଲିସ ୨୭ଟି ମାମଲା ଦାୟର କରିଥିଲା । ସେହିପରି ରେଳବାଇ ସୁରକ୍ଷା ବଳ ଅଗ୍ନିକାଣ୍ଡ, ହିଂସା, ରେଳବାଇ ସମ୍ପତ୍ତି ନଷ୍ଟକୁ ନେଇ ୫୪ ମାମଲା ଦାୟର କରିଥିଲେ । ଆରପିଏଫ ଅନୁଯାୟୀ, ଭିଡିଓ ଫୁଟେଜ ଜରିଆରେ ଅନ୍ୟ ଆରୋପୀଙ୍କ ଚିହ୍ନଟ କରାଇଛି । ଶୀଘ୍ର ଆଉ କେତେକଙ୍କୁ ଗିରଫ କରାଯାଇ ପାରେ ବୋଲି କୁହାଯାଉଛି । ଭାରତୀୟ ରେଳବାଇ ଅଧିନିୟମ ର ଧାରା ୧୫୧ ଅନ୍ତର୍ଗତ ରେଳ ସମ୍ପତ୍ତି ନଷ୍ଟର ଭରଣା କରାଯିବ । ସାତ ବର୍ଷ କାରାବାସର ନିୟମ ମଧ୍ୟ ରହିଛି । କ୍ଷତିର ଭରଣା ପାଇଁ ରେଳବାଇ ଅଦାଲତର ଶରଣ ନେଇପାରେ ବୋଳି ଚର୍ଚ୍ଚା ହେଉଛି ।

Related posts

ଆସନ୍ତା କାଲି କୃଷକ ସଂଗଠନର ଭାରତ ବନ୍ଦ

mahabharatanews

ଆରଟିଓ ବ୍ୟତୀତ ଏକାଧିକ ସଂସ୍ଥାରୁ ମିଳିବ ଡିଏଲ

mahabharatanews

ରାୟଗଡ ଜିଲ୍ଲା ତରଫରୁ ନୂଆବର୍ଷ ପାଳନ ସହ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ବଣ୍ଟନ

mahabharatanews