ଓଡିଶା

ସ୍ୱଂୟ ସାହାୟକ ଗୋଷ୍ଠୀର କରୋନା ସଚେତନତା କାର୍ଯ୍ୟ

ବିଜୟ କାରୁଆ/ପାଟଣା : ସାହାରପଡାବ୍ଲକ ଅନ୍ତର୍ଗତ ୮ଟି ପଞ୍ଚାୟତରେ କରୋନା ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ୟ୍ୟକ୍ରମ ସ୍ୱଂୟ ସହାୟକ ଗୋଷ୍ଠୀର ସଭାନେତ୍ରୀ,ସଂପାଦିକା କ୍ଷୀରମଣୀ ମହାନ୍ତ,ପ୍ରେମଲତା ମହାନ୍ତ, ହେମଲତା ମହାନ୍ତ ,ବୀଣାପାଣି ମହାନ୍ତଙ୍କ ନେତୃତ୍ୱ କ୍ରମେ କରାଯାଇ ଅଛି। ଏହି କାର୍ଯ୍ୟକ୍ରମରେ ୮ଟି ପଞ୍ଚାୟତର ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଭାଗନେଇଥିଲେ । ପ୍ରତ୍ୟେକ ପଞ୍ଚାୟତର ଗ୍ରାମ ବୁଲି ଘର ଘର ବୁଲି ଲୋକମାନଙ୍କୁ କିଭଳି କରୋନା ଭଳି ମହାମାରି ଠାରୁ ଦୂରେଇ ରହିବା ତାହା ସିଧା ସଳଖ ବୁଝାଇ ଥିଲେ। ମୁହଁରେ ମାକ୍ସ ବ୍ୟବହାର କରିବା, ହାତକୁ ସାବୁନ ବା ସାନିଟାଇଜରରେ ଧୋଇବା ,ସାମାଜିକ ଦୂରତା ଅଵଲମ୍ଭନ କରିବାକୁ ନେଇ ଲୋକଙ୍କୁ ସଚେତନ କରାଇବା ସହିତ ଲୋକଙ୍କୁ ମାକ୍ସ ବଣ୍ଟନ କରିଥିଲେ।

Related posts

ନୂଆପଡାରେ ଜୟ ଢୋଲକିଆଙ୍କ ବିପୁଳ ଭୋଟରେ ବିଜୟ ଲାଭ

mahabharatanews

ବଢୁଛି ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା; ୪୦ଟି ସ୍ଥାନ ରେଡ୍‌ ଜୋନ 

mahabharatanews

 ଆଜି ପହଞ୍ଚିବ ସହିଦ୍ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିବ ଶରୀର

mahabharatanews