ଓଡିଶା

ସଟ୍ ଡାଉନ୍ ସଫଳ କରିବାକୁ ପୋଲିସର କଡ଼ା କାର୍ୟ୍ୟାନୁଷ୍ଠାନ

ବରୀ: ଯାଜପୁର ଜିଲ୍ଲାକୁ ସପ୍ତାହର ଶନିବାର ଓ ରବିବାର ଦୁଇ ଦିନ ବ୍ୟାପୀ ରାଜ୍ୟ ସରକାର ସଟ୍ ଡାଉନ୍ ଘୋଷଣା କରିଥିଲେ। ଆଜି ବରୀରେ ସଟଡାଉନ ସଫଳ ହୋଇଥିବା ଦେଖିବାକୁ ମିଳିଛି। ବରୀ ମୁଖ୍ୟ ବଜାର ମାଉଣ୍ଟ ଠାରେ ବରୀ ପୋଲିସ ପକ୍ଷରୁ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ବାଇକ୍ ଆରୋହୀମାନଙ୍କୁ ମାଷ୍କ୍ ଓ ହେଲମେଟ ପିନ୍ଧିଥିଲେ ମଧ୍ୟ ଅଟକାଇ ଯାଞ୍ଚ କରି ଛାଡୁଥିବା ଦେଖିବାକୁ ମିଳିଛି। ବରୀ, କାଇପଡା, ବାଲିଆ, ରତ୍ନଗିରି, ବାଲିଆପାଳରେ ବରୀ ପୋଲିସର କଡ଼ା କାର୍ୟ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ବରୀର ଜନ ସାଧାରଣ ବହୁତ୍ ସଚେତନ ହୋଇଛନ୍ତି । ଖୁବ୍ କମ୍ ଲୋକ ଅତ୍ୟାବଶ୍ୟକ କାମରେ ବାହାରକୁ ବାହାରୁଥିବା ବରୀ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର ସୂଚନା ଦେଇଛନ୍ତି।

Related posts

ନାରୀଶକ୍ତି ସମ୍ମାନରେ ସମ୍ମାନିତ ହେଲେ ଡ. ଶ୍ରୁତି ମହାପାତ୍ର

mahabharatanews

ମହିଧରପୁର ଛକ ଠାରେ ଦ୍ରୁତଗାମୀ କାର ଧକ୍କାରେ ମହିଳା ମୃତ

mahabharatanews

ଆଜି ବନକ ଲାଗି ନୀତି; ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

mahabharatanews