ଓଡିଶା

ହାଇୱା-ବୁଲେଟ ମୁହାଁମୁହିଁ ଧକ୍କା, ୨ ଗୁରୁତର

(ମହାଭାରତ, ସମ୍ବଲପୁର): ସମ୍ବଲପୁର ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ଆମଳିପାଣି ନିକଟରେ ବୁଧବାର ସକାଳେ ଏକ ହାଇୱା ଓ ବୁଲେଟ ମୁହାଁମୁହିଁ ଧକ୍କା ହେବା ଫଳରେ ଏକ ଦୁର୍ଘଟଣା ଘଟିଥିଲା । ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ବୁଧବାର ସକାଳ ସାଢେ ୮ଟା ବେଳେ ରେଢାଖୋଲ ଆଡୁ ଏକ ହାଇୱା ଯୁଯୁମୁରା ଆସୁଥିଲା । ଏହି ସମୟରେ ବିପରୀତ ଦିଗରୁ ଏକ ବୁଲେଟ ସମ୍ବଲପୁରରୁ କଟକ ଅଭିମୁଖେ ଯାଉଥିଲା । ଏହି ସମୟରେ ଦୁଇଟି ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ଦେଇଥିଲେ ।

Related posts

ଲଘୁଚାପ ପ୍ରଭାବରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

mahabharatanews

ଟ୍ରାକ୍ଟର ଓଲଟି ୩ ଜଣଙ୍କ ମୃତ୍ୟୁ

mahabharatanews

ଦ୍ରୁତଗତିରେ ବଢୁଛି ଲମ୍ପି ସ୍କିନ ସଂକ୍ରମଣ

mahabharatanews